ବାଲେଶ୍ବର : ନାରୀ ନିର୍ଯାତନା ପ୍ରସଙ୍ଗରେ ବିଜେଡିର ବିକ୍ଷୋଭ । ବାଲେଶ୍ବର ଏଫଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ନ୍ୟାୟିକ ତଦନ୍ତ ଦାବିରେ ଆରଡିସି କାର୍ଯ୍ୟାଳୟ ଘେରାଉ କରିଛି ବିଜୁ ଜନତା ଦଳ ।
ରାଜ୍ୟ ସରକାରଙ୍କ ଚରମ ଅବହେଳା, ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନାକୁ ପ୍ରତିବାଦ କରି ବିଜୁ ଯୁବ, ଛାତ୍ର, ମହିଳା ଜନତା ଦଳର ସମସ୍ତ ସଦସ୍ୟ, କର୍ମକର୍ତ୍ତା, ବିଜୁ ଜନତା ଦଳର ସମସ୍ତ ବରିଷ୍ଠ ନେତୃମଣ୍ଡଳୀ ଆରଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି ।
ଆରଡିସିଙ୍କୁ ବିଜେଡି ପକ୍ଷରୁ ଦାବିପତ୍ର ଦିଆଯାଇଛି। କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ଆରଡିସି ଅଫିସ ଆଗରେ ଆନ୍ଦୋଳନ କରି ଧାରଣା ଦେଇଛି ବିଜେଡି ।

