ଆଗରପଡ଼ା :ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ଭଦ୍ରକ – ଆନନ୍ଦପୁର ରାଜ୍ୟ ରାଜପଥ ପାର୍ଶ୍ୱ ସାଇ ନଗର ଠାରେ ଶିରିଡି ସାଇ ମନ୍ଦିରର ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଛୟାଳସିଂ ଗ୍ରାମ୍ୟପୁଷ୍କରିଣି ସିଂହବାହିନୀରୁ ୨୧ ଗୋଟି କଳସ ଘଟୋତ୍ତଳନ କରାଯାଇ ବାଜା ବାଣ ରୋଷଣିରେ ଗ୍ରାମ, ବଜାର ପରିକ୍ରମା ପରେ ମନ୍ଦିରର ଯଜ୍ଞ ସ୍ଥଳରେ ସ୍ଥାପନା କରାଯାଇଥିଲା । ଖଗେଶ୍ୱର ବେହେରା, ଜୟନ୍ତୀ ବେହେରା ମୁଖ୍ୟକତ୍ତ । କାର୍ଯ୍ୟ ତୁଲାଇଥିବା ବେଳେ ପୂଜକ ନରେଶ ଚନ୍ଦ୍ର ତ୍ରିପାଠୀ, ସୁରେନ୍ଦ୍ର କର, ମାନସ ରଞ୍ଜନ କର ପ୍ରମୁଖ ଷୋଡଶଉପଚାର ପୂଜା, ସୂର୍ଯ୍ୟ ପୂଜା, ଗୋ ପୂଜା, ଅଙ୍କୁରାରୋପଣ,ଗୀତାଯଂଜ୍ଞ, ଯଂଜ୍ଞ, ଆଦି ସମସ୍ତ ପୂଜା ରୀତିନୀତି ଅନୁଯାୟୀ କରିଥିଲେ । ଏହି ମନ୍ଦିରଟି ୪ ବର୍ଷ ପୂର୍ବେ ସୁମତୀ ସାହୁ ଓ ସ୍ୱର୍ଗତ ଶ୍ୟାମସୁନ୍ଦର ସାହୁ ଉଦ୍ୟମରେ ନିର୍ମାଣ ହୋଇଥିଲା । ଗୌରାଙ୍ଗ ଦାସ, ସମ୍ବିତ ପଣ୍ଡା, ଆଲୋକ ସାହୁ, ତ୍ରଲୋକ୍ୟ ସାହୁ,ନାରାୟଣ ଜେନା, ଭାଗବତ ରାଉତ, ଜାଗିରିଆ ସାହୁ, ମକିରୀ ମହାନ୍ତି, ମେନକା ସାହୁ, ବିଦ୍ୟାଧର ଲେଙ୍କା, ରଘୁନାଥ ଗିରି, ଯଶୋବନ୍ତ ବେହେରା, ନନ୍ଦକିଶୋର ଜେନା ସମେତ ସମସ୍ତ ଶିରିଡି ସାଇ ମନ୍ଦିର କମିଟିର ସଦସ୍ୟ ଓ ଛୟାଳସିଂ ପଞ୍ଚାୟତର ସମସ୍ତ ଭକ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ।

