ଚେକ ବାଉନ୍ସ ମାମଲାରେ ଅଭିଯୁକ୍ତ କୁ କାରାଦଣ୍ଡ ସମେତ ଅର୍ଥ ଦଣ୍ଡାଦେଶ

ରାଜ୍ୟ

ବାରିପଦା –  ଆଜି ଏକ ଚେକ ବାଉନ୍ସ ମାମଲାର ବିଚାର କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ବାରିପଦା (ଦ୍ୱିତୀୟ)   ସୁମନ କୁମାର ମିଶ୍ର ନିମ୍ନ  ଅଡାଲତ ତଥା ବିଚାର ବିଭାଗୀୟ ପ୍ରଥମ ଶ୍ରେଣୀ ମାଜିଷ୍ଟେଟ ପ୍ରଦାନ କରିଥିବା ଅଭିଯୁକ୍ତ ବିରୋଧରେ ରାୟ କୁ କାଏମ ରଖିଛନ୍ତି l ମାମଲାର ବିବରାଣୀ ରୁ ପ୍ରକାଶ ଯେ ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ ଲାଳବଜାର ଅଞ୍ଚଳର ବିଶିକେଶନ ସାହୁ   ମୟୁରଭଞ୍ଜ କେନ୍ଦ୍ରୀୟ ସମବାୟ  ବ୍ୟାଙ୍କ  ରୁ ବ୍ୟବସାୟ ପାଇଁ ଦୁଇ ଲକ୍ଷ ଟଙ୍କା ରୁଣ ନେଇଥିଲେ l ଏ ବାବଦରେ ସିଏ ରୁଣପରିଷୋଧ ପାଇଁ ଦୁଇ ଲକ୍ଷ ଚାରି ହଜାର ତିନିଶହ ଅଠସ୍ତରୀ (2,04,378) ଟଙ୍କା ର ଏକ ଚେକ ବ୍ୟାଙ୍କ କୁ ଦେଇଥିଲେ l ପରେ ଚେକ ଟି ବାଉନ୍ସ ହୋଇଯିବାରୁ ବ୍ୟାଙ୍କ ର ପରିଚାଳନା ନିର୍ଦ୍ଧେଶକ  ମାନ୍ୟବର ଏସ ଡ଼ି ଜେଏମ କୋର୍ଟ ର ଦ୍ୱାରସ୍ଥ ହୋଇଥିଲେ l ଏ ବାବଦରେ ଏସ ଡ଼ି ଜେଏମ କୋର୍ଟ ରେ କେସ ନମ୍ବର 90/2021 ରେ ଏକ ମାମଲା ରୁଜୁ ହୋଇଥିଲା l ପରବର୍ତ୍ତୀ ସମୟରେ ଏହି ମାମଲାଟି ଜେ ଏମ ଏଫ ସି କୋର୍ଟ କୁ ବିଚାର ପାଇଁ  ଟ୍ରାନ୍ସଫାର ହୋଇଥିଲା l ଉକ୍ତ କେସଟିକୁ ଶୁଣାଣି କରି ଅଭିଯୁକ୍ତ କୁ ଏକ ବର୍ଷ କାରାଦଣ୍ଡ ସମେତ ଚାରି ଲକ୍ଷ ଆଠ ହଜାର ସାତଶହ ଛଅପନ(4,08,756) ଟଙ୍କା ଜୋରିମାନା ରେ ଦଣ୍ଡିତ କରିଥିଲେ l ଜୋରିମାନା ଅନାଦେୟ ଅଧିକ ତିନି ମାସ କାରାଦଣ୍ଡ ର ଆଦେଶ ଶୁଣାଣି କରିଥିଲେ l ଉକ୍ତ ଆଦେଶ ବିରୋଧରେ ଅଭିଯୁକ୍ତ ମାନ୍ୟବର ଜିଲ୍ଲା ଦୌରାଜଜ୍ ଙ୍କ ନିକଟରେ ଏକ ଅପିଲ ଫାଇଲ କରିଥିଲେ l ଏହି ଫାଇଲଟି ବିଚାର ପାଇଁ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ ( ଦ୍ୱିତୀୟ)  ଙ୍କ ନିକଟକୁ ଟ୍ରାନ୍ସଫର ହୋଇଥିଲା l ଆଜି ଉକ୍ତ କେସ ର ସମସ୍ତ ପ୍ରମାଣ ପତ୍ର କୁ ଭିତ୍ତି  କରି ଅଡାଲତ ପକ୍ଷରୁ ଚୂଡାନ୍ତ ରାୟ ପ୍ରକାଶ ପାଇଅଛି l ବ୍ୟାଙ୍କ ତରଫରୁ ଆଇନଜୀବୀ ବଟକୃଷ୍ଣ ପାଢ଼ୀ ମାମଲା ପରିଚାଳନା କରୁଥିଲେ l

Shrutilipi ad