Img 20250717 wa0229

ଓଡିଶା ବନ୍ଦ ପରିପ୍ରେକ୍ଷୀରେ ମୟୁରଭଞ୍ଜ ଜିଲାରେ ଭଞ୍ଜସେନା ପକ୍ଷରୁ ହରତାଳ

ରାଜ୍ୟ
ବାରିପଦା –  ଏଫ୍ଏମ୍ କଲେଜ ଛାତ୍ରୀ ସ୍ବର୍ଗତ ସୌମ୍ୟଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣାରେ ଜଡିତ ଅଭିଯୁକ୍ତଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ମୟୂରଭଞ୍ଜ ଜିଲାରେ ଅସହାୟ ଓ ଅବହେଳିତ ହୋଇପଡିଥିବା ନାରୀମାନଙ୍କ ସୁରକ୍ଷା ଦାବିରେ ପୂର୍ବ ଘୋଷିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ଜୁଲାଇ ୧୭ ଗୁରୁବାର କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ ତରଫରୁ ଆହ୍ଵାନ କରାଯାଇଥିବା ଓଡିଶା ବନ୍ଦ ଡାକରାରେ  ସାମିଲ ହୋଇ ଜିଲ୍ଲାବ୍ୟାପୀ ହରତାଳ କରିଥିଲା ଭଞ୍ଜସେନା l ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଙ୍କ ଆହ୍ୱାନ କ୍ରମେ ସମଗ୍ର ଜିଲ୍ଲାବ୍ୟାପୀ ଭଞ୍ଜସେନା ପକ୍ଷରୁ ଆଜି ସକାଳ ଠାରୁ ସଂଗଠନ ର କର୍ମକର୍ତ୍ତା ମାନେ ଜାତୀୟ ରାଜପଥ, ରାଜ୍ୟ ରାଜପଥ ଉପରେ ହରତାଳ କରିବା ସହିତ ଜିଲ୍ଲାର ସମସ୍ତ ବ୍ଲକ,ତହସିଲ, ବିଭିନ୍ନ ବିଭାଗର ଅଫିସ,ସ୍କୁଲ, କଲେଜ,ବ୍ୟାଙ୍କ, ପରିବହନ ସଂସ୍ଥା, ଦୋକାନ ବଜାର ଏବଂ ଅନ୍ୟାନ୍ୟ ସଂସ୍ଥା ଗୁଡିକ ବନ୍ଦ କରିଥିଲେ ଆଉ ଏହି ବନ୍ଦ କାର୍ଯ୍ୟକ୍ରମ କୁ ସବୁବର୍ଗର ଲୋକେ ସମର୍ଥନ କରିବାର ଦେଖାଯାଇଥିଲା | ଏହି ବନ୍ଦ ପରିପେକ୍ଷୀ ରେ ଆଜି ଜିଲ୍ଲା ସଦର ମୋହକୁମା ବାରିପଦା ଠାରେ ମଧ୍ୟ୍ୟ ସଭାପତି ପିଣ୍ଟୁ ମାଇତି ଙ୍କ ନେତୃତ୍ୱ ରେ ବନ୍ଦ ପାଳନ ହୋଇଥିଲା l ଏଥିରେ ଅଧକ୍ଷ ସଂଜୀବ ରାଉତ, ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଜ୍ୟୋତି ରଞ୍ଜନ ପୃଷ୍ଟି,  ସତ୍ୟସ୍ୱରୂପ ଦାଶ, ନିମାୟ ତ୍ରିପାଠୀ, ରାକେଶ ବେହେରା, ଶାମନ୍ତ ଶେଖର ପାଲ, ସାଫଲ୍ୟ ମିଶ୍ର, ପ୍ରଶାନ୍ତ ମହାକୁଡ଼, ରାକେଶ ମହାନ୍ତି, ଏସ କେ ରାଜା ଖାନ, ଗଣେଶ ମହାନ୍ତି,ଅମିତ କୁମାର ସଞ୍ଜୟ ମହନା, ସଞ୍ଜୟ ମହାନ୍ତ, ସୁନୀଲ ମହାପାତ୍ର, ଶୁଭମ ସିଂ, ଗୌରାଙ୍ଗ ଘଡେଇ, ପ୍ରଶାନ୍ତ ଦାସ, ମୁକ୍ତି ପରିଡା,ଜିତୁ ସିଂ, ଦୀପକ କୁମାର ବେହେରା,ରାଜା ଖାନ, ଗୌରାଙ୍ଗ ଚକ୍ରବର୍ତ୍ତୀ, ଶୁଭମ ଦେ,ଅଭିଷେକ ମହାପାତ୍ର, ରୁଦ୍ର ପଟନାୟକ, ସମ୍ପଦ ପୃଷ୍ଟି, ସତ୍ୟ ପୃଷ୍ଟି,ସିଙ୍ଗ ରାୟ  ହେମ୍ବ୍ରମ,ପଙ୍କଜ କରଣ,ମନୋଜ ପାତ୍ର, ଦିପେଶ ଅଗ୍ରୱାଲ, ସନୁ ରାମ ମନୋରଞ୍ଜନ ସାହୁ, ପ୍ରଦୀପ ପଣ୍ଡା,ରୁଦ୍ର, ଶିବୁ ସିଂ,ଅନନ୍ତ ଘଡେଇ ପ୍ରମୁଖ ସାମିଲ ଥିଲେ l
Shrutilipi ad