Img 20250717 wa0315

ଏଫ ଏମ କଲେଜ ଛାତ୍ରୀ ସୌମ୍ୟଶ୍ରୀ ଙ୍କୁ ବସୁନ୍ଧରା ଫାଉଣ୍ଡେସନ କେଆର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ରାଜ୍ୟ
ବାରିପଦା – ଏଫ୍ ଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଙ୍କ ପ୍ରତି ହୋଇଥିବା ଅତ୍ୟାଚାର ଓ ନିର୍ଯାତନା  ଓ ସେ କହା ଠୁ ନ୍ୟାୟ ନପାଇ ଶେଷରେ ଆତ୍ମାହୁତି ଦେବା ଘଟଣା ଆଜି କେବଳ ରାଜ୍ୟ ନୁହେଁ ସମଗ୍ର ଦେଶକୁ ନିନ୍ଦିତ କରିଛି। ଦେଶର କୋଣ ଅନୁକୋଣ ରୁ ସୌମ୍ୟାଶ୍ରୀ ଙ୍କ ବିୟୋଗ ରେ ଶ୍ରଦ୍ଧାଞ୍ଜଳି ସହିତ ଦୋଷୀ ଙ୍କୁ ଦଣ୍ଡ ଦେବାଲାଗି ବିଭିନ୍ନ ସଙ୍ଗଠନ ସହିତ ସାଧାରଣ ଜନତା ମଧ୍ୟ ଅପିଲ କରିଛନ୍ତି। ଏହି ଅବସର ରେ ବାରିପଦା ର ସ୍ବେଚ୍ଛାସେବୀ ଅନୁଷ୍ଠାନ ବସୁନ୍ଧରା ଫାଉଣ୍ଡେସନ କେଆର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମଧ୍ୟ ସ୍ଥାନୀୟ ହରିହର ମନ୍ଦିର ରେ ଏକ ଶୋକସଭା ସହିତ ତାଙ୍କ ଆତ୍ମା ର ସଦଗତି ନିମନ୍ତେ ଦୀପାଞ୍ଜଳି ପ୍ରଦାନ କରିଛନ୍ତି ସଂଗଠନ ର ସଦସ୍ୟା ମାନେ। ଟିକିଏ ନ୍ୟାୟ ନପାଇ ନିରାଶ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ଲାଗି ଦାୟୀ ସମସ୍ତ ଦୋଷୀ ମାନଙ୍କୁ ତୁରନ୍ତ ଦଣ୍ଡ ମିଳିବା ସହିତ ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ରୀ ମାନଙ୍କ ଅଧିକାର, ସମ୍ମାନ ଓ ସୁରକ୍ଷା ଲାଗି ଅନ୍ତରୀଣ କମିଟି ଗଠନ କରିବା ସହିତ କମିଟି କୁ 24 ଘଣ୍ଟା ସରକାରୀ ବ୍ୟବସ୍ଥା ସହିତ ଅନ୍ ଲାଇନ୍ ସଂଯୋଗ କରି ରଖିବାକୁ ଅନୁରୋଧ କରିଛି ବସୁନ୍ଧରା ଫାଉଣ୍ଡେସନ। ସମାଜର ପ୍ରତି ମହିଳା ଓ ଛାତ୍ରୀ ଶିକ୍ଷାନୁଷ୍ଠାନ ରେ ସୁରକ୍ଷିତ ଭାବରେ ରହିବା ସେମାନଙ୍କ ର ଅଧିକାର। ହେଲେ କୌଣସି ପରିସ୍ଥିତି ରେ ବ୍ୟବସ୍ଥା ସହିତ ଲଢେଇ ନକରି ଆତ୍ମହତ୍ୟା ଏହାର ଶେଷ ବିକଳ୍ପ ନୁହେଁ ବୋଲି କହିଛନ୍ତି ଅନୁଷ୍ଠାନର ଅଧ୍ୟକ୍ଷା ସୃତି ରାଉତରାୟ l ବସୁନ୍ଧରା ପକ୍ଷରୁ କରାଯାଇଥିବା  ଅନୁରୋଧ ଗୁଡ଼ିକ ହେଉଛି ସୌମ୍ୟାଶ୍ରୀ ଙ୍କ ଦୁଃଖଦ ବିୟୋଗ ପାଇଁ ପ୍ରତ୍ୟେକ ଦୋଷୀ ଙ୍କୁ କଠୋର ରୁ କଠୋର ଦଣ୍ଡ ଦାବୀ ପ୍ରଦାନ,
ଶିକ୍ଷାନୁଷ୍ଠାନ ରେ ମହିଳା ଙ୍କ ସୁରକ୍ଷା ବ୍ୟବସ୍ଥା ରେ ତୁରନ୍ତ ପରିବର୍ତ୍ତନ,ସ୍କୁଲ କଲେଜ ର ଆଭ୍ୟନ୍ତରୀଣ ଅଭିଯୋଗ କମିଟିକୁ  ସରକାର ଙ୍କ ସହିତ  online ସଂଯୋଗ କରିବା ସହିତ ପ୍ରତି ଅଭିଯୋଗ କୁ ତୁରନ୍ତ ତଦନ୍ତ କରାଯାଉ। ଏହି ଶ୍ରଦ୍ଧାଞ୍ଜଳି ସଭା ରେ ଅଧ୍ୟକ୍ଷା ଙ୍କ ସହିତ ବରିଷ୍ଠ ସଦସ୍ୟା ତଥା ସମାଜ ସେବୀ ତାରାମଣି ମହାପାତ୍ର, ସକ୍ରିୟ ସଦସ୍ୟା ମଧୁସ୍ମିତା ଚୌଧୁରୀ, ଦିପ୍ତୀମୟୀ ଦାସ, ରେବତୀ ସିଂହ, ନିରୁପମା ସ୍ୱାଇଁ, ପୂଜା ବାରିକ ଙ୍କ ସହିତ ଶ୍ରଦ୍ଧା ସବୁରି ସ୍ଵୟଂ ସହାୟକ ସଂଘ ର ସମସ୍ତ ମାଆଙ୍କ ଏବଂ ତାଙ୍କ ସହିତ ବିଭିନ୍ନ ସ୍କୁଲ ର  ଛାତ୍ରୀମାନେ ଉପସ୍ଥିତ ଥିଲେ।
Shrutilipi ad