ବାରିପଦା: ଅଂଚଳର ଆର୍ଥିକ ବିକାଶରେ ଗ୍ରାମ୍ୟ ରାସ୍ତା ଭୂମିକା ଅନନ୍ୟ ।ତେଣୁ ସରକାର ଗାଂ ଲୋକଙ୍କ ଉଚ୍ଚ ରାସ୍ତା,ବିଜୁଳି,ପାନୀୟ,ଶିକ୍ଷା ଓ ସ୍ବାସ୍ଥ୍ୟ କୁ ଗୁରୁତ୍ଵ ଦେଉଛନ୍ତି ।କିନ୍ତୁ ତଳ ସ୍ତରରେ ଠିକ୍ ଭାବରେ କାର୍ଯ୍ଯ ରୂପାୟନ ହୋଇ ପାରୁ ନ ଥିବାରୁ ବହୁ ଦୁର୍ଗମ ଅଂଚଳ ପଛୁଆ ହୋଇ ରହି ଯାଇଛି ।
ସମାଜର ବିକାଶଧାରାରେ ସେହି ଗ୍ରାମର ଲୋକେ ବଂଚିତ ରହୁଛନ୍ତି ।ଯାହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ଏଭଳି ଏକ ଗ୍ରାମ ଅଛି ମୟୁରଭଞ୍ଜ ଜିଲ୍ଲା ସିମାନ୍ତ ତିରିଂ ବ୍ଳକର ବଡଡାଳିମା ଗ୍ରାମର ସାଲଗାଢିପା ଗ୍ରାମ । ରାସ୍ତା ଅବସ୍ଥା ବର୍ତ୍ତମାନ ଅତ୍ୟନ୍ତ ଖରାପ ହୋଇଥିବା କାରଣ ରୁ ଲୋକେ ନାହିଁ ନଥିବା ଅସୁବିଧା ରେ ସମ୍ମୁଖୀନ ହୋଇଅସୁଛନ୍ତିl ଗ୍ରାମ କୁ ଯିବାକୁ ଏହା ଏକମାତ୍ର ରାସ୍ତା।ମୁଖ୍ୟ ରାସ୍ତା ଠାରୁ ପ୍ରାୟ ୩ କିମି ଏହି ରାସ୍ତା ଖାଲଖମା କାଦୁଅ ପଚ ପଚ ରାସ୍ତା ରେ ଯାନବାହନ ଚଳାଚଳ ତ ଦୂରର କଥା ବର୍ଷା ହେଲେ ଲୋକେ ପାଦରେ ଚାଲିବା ମଧ୍ୟ କଷ୍ଟକର ହୋଇପଡିଛି।ଗ୍ରାମରେ ୩୦ ଟି ପରିବାର ୧୫୦ଜଣରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି । ବର୍ଷା ଦିନେ ବଡଡାଳିମା ବଜାରକୁ ଆସିବା,ସ୍କୁଲକୁ ଛାତ୍ରଛାତ୍ରୀ ଯିବା,ଅଙ୍ଗନବାଡ଼ି ସ୍କୁଲକୁ ଛୋଟ ପିଲାମାନେ ଯିବା ଆସିବା ଭାରି କଷ୍ଟକର ।ଗ୍ରାମରୁ କୌଣସି କାମ ପାଇଁ ଯିବାକୁ ହେଲେ ଏ ସମସ୍ତ ଗ୍ରାମବାସୀ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ରାସ୍ତା କୁ ନିର୍ମାଣ ନିମନ୍ତେ ଆଗରୁ ବହୁବାର ଗ୍ରାମର ପଲ୍ଲୀ ସଭା ,ଗ୍ରାମସଭାରେ ପ୍ରସ୍ତାବ ଦିଆଯାଇ ଥିବା ବେଳେ ବ୍ଲକ ପ୍ରଶାସନ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏହା କାର୍ଯ୍ଯକାରୀ କରାଯାଉ ନଥିବା ନେଇ ଗ୍ରାମବାସୀଅନେ ଅଭିଯୋଗ ଆଣିଛନ୍ତି । ତେଣୁ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଇ ଗ୍ରାମକୁ ସବୁଦିନିଆ କଂକ୍ରୀଟ ରାସ୍ତାଟିଏ କରିବା ପାଇଁ ଗ୍ରାମବାସୀ ଗଣମାଧ୍ଯମ ଜରିଆରେ ନିବେଦନ କରିଛନ୍ତି ।

