Muder news photo

ବୃଦ୍ଧ ପିତା ମାତା କୁ ହତ୍ୟା କଲା ମଦ୍ୟପ ପୁଅ

ରାଜ୍ୟ

ବାରିପଦା: ବୃଦ୍ଧ ପିତା ମାତା କୁ ହତ୍ୟା କଲା ମଦ୍ୟପ ପୁଅ । ଏହିଭଳି ଏକ ଲୋମ ହର୍ଷଣକାରୀ ଦୃଶ୍ୟ ଦେଖିବାକୁ ମିଳିଅଛି ମୟୁରଭଞ ଜିଲା ବୈଶିଙ୍ଘା ଥାନା ମାଣନ୍ତ୍ରୀ ଫାଣ୍ଡି ଅନ୍ତର୍ଗତ ଧାନପାଳ ଗ୍ରାମରେ । ଘଟଣା ରୁ ପ୍ରକାଶ ଯେ ଧାନପାଳ ଗ୍ରାମରେ ୮୫ ବର୍ଷ ର ବୃଦ୍ଧ ହାଡିବନ୍ଧୁ ସାହୁ ଏବଂ ତାଙ୍କ ସ୍ତ୍ରୀ ୭୮ ବର୍ଷୀୟ ବୃଦ୍ଧା ଶାନ୍ତଲତା ସାହୁ ରହୁଥିବାବେଳେ ତାଙ୍କ ସହିତ ତାଙ୍କ ପୁଅ ହିମାଂଶୁ ମଧ୍ୟ ରହୁଥିଲା । ହାଡିବନ୍ଧୁ ଙ୍କର ଦୁଇ ପୁଅ । ବଡ ପୁଅ ବାହାରେ ରହୁଥିବାବେଳେ ସାନ ପୁଅ ହିମାଂଶୁ ତାଙ୍କ ସହିତ ରହୁଥିଲା । ହିମାଂଶୁ ପେଶାରେ ଜଣେ ଅଟୋ ଚାଳକ । ହିମାଂଶୁ ଦ୍ୱିତୀୟ ବିବାହ କରିଥିବାେଳେ ତାର ସ୍ତ୍ରୀ ମଧ୍ୟ ସେହି ଘରେ ରହୁଥିଲା । ହିମାଂଶୁ ର ମଦ୍ୟପ ଗୁଣ ଯୋଗୁଁ ତାର ପ୍ରଥମ ସ୍ତ୍ରୀ ଏବଂ ପିଲା ଛୁଆ ଦୀର୍ଘଦିନ ହେବ ଅଲଗା ରହି ଆସୁଛନ୍ତି । ତେବେ ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ହିମାଂଶୁ ମଦ୍ୟପ ଅବସ୍ଥାରେ ବୃଦ୍ଧ ପିତା ମାତା କୁ ହତ୍ୟା କରିଥିଲା । ପ୍ରଥମେ ବୃଦ୍ଧ ପିତା ଙ୍କ ସହିତ ହିମାଂଶୁ ର ବଚସା ହୋଇଥିଲା । ପରେ ଏହା ହତ୍ୟାକାଣ୍ଡର ରୂପ ନେଇଥିଲା । ମା ଏହାକୁ ବିରୋଦ୍ଧ କରିବାରୁ ତାଙ୍କୁ ମଧ୍ୟ ଏହି ନରପିପାସୁ ହତ୍ୟା କରିବାକୁ ପଛାଇ ନଥିଲା । ବୃଦ୍ଧ ମା ଜଣେ ଭିନ୍ନକ୍ଷମ କହିଲେ ଅତ୍ୟକ୍ତି ହେବ ନାହିଁ । ସିଏ ବାଡି ସାହାରାରେ ଘୋଷାରି ଘୋଷରି ଚଲା ବୁଲା କରନ୍ତି । ଆଜି ବୁଧବାର ସକାଳୁ ସ୍ଥାନୀୟ ଲୋକମାନେ ସେମାନଙ୍କର ମୃତଦେହ କୁ କ୍ଷତାକ୍ତ ଅବସ୍ଥାରେ ଘର ଅଗଣାରେ ପଡିଥିବାର ଦେଖି ପୋଲିସ କୁ ଖବର ଦେଇଥିଲେ । ଆଜି ଏହିଭଳି ଏକ ଲୋମ ହର୍ଷଣକାରୀ ଘଟଣା କୁ ଆଖି ଆଗରେ ଦେଖି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଅଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କୁ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇବା ସହ ଅଭିଯୁକ୍ତ ହିମାଂଶୁ ଅଟକ ରଖବା ସହ ବୈଶିଙ୍ଗା ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ ଜାରିରଖିଅଛି ।

Shrutilipi ad