Rewrwe

ଅପହୃତ ନାବାଳିକା ଝିଅ ଫେରି ପାଇବାକୁ ନେଇ ବାପମା’ଙ୍କ ଜିଲ୍ଲାପାଳଙ୍କ ଠାରେ ଆକୁଳ ନିଵେଦନ

ରାଜ୍ୟ
ବାରିପଦା: ମୟୂରଭଂଜ ଜିଲ୍ଲାର ଵହଳଦା ଥାନା ଅନ୍ତର୍ଗତ କୁଚିଣ୍ଡା ଗ୍ରାମର ଅନିଲ ମହାନ୍ତ ଏବଂ ତାଙ୍କ ପତ୍ନୀ ପୁଷ୍ପଵତୀ ମହାନ୍ତ ଗତ  ୨୬/୦୫/୨୫ ରେ ରାତିରେ ଖିଆପିଆ ଶୋଇଥିବାବେଳେ  ତାଙ୍କର  ୧୫ ବର୍ଷ ର ଝିଅ  ଘର ଛାଡ଼ି ପଳାଇଥିଲେ ।ଏହାକୁ ନେଇ ସେମାନେ ଵହଳଦା ଥାନାରେ ୨୮/୦୫ /୨୫ ତାରିଖରେ ଝିଅ ଅପହରଣ ମାମଲା ନେଇ ଲିଖିତ ଅଭିଯୋଗ କରିଥିଲେ ।ତାଙ୍କ ନାବାଳିକା ଝିଅକୁ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଦାଣ୍ଡବୋଷ ଗ୍ରାମର‌  ଖଳା ପାତ୍ରଙ୍କ ପୁଅ ରାଜେଶ ପାତ୍ର ଅପହରଣ କରି ଲୁଚେଇ ଏଠି ସେଠି ରଖୁଛି । ଦିର୍ଘ ଦେଢ଼ ମାସ ହେଲା ଆମ୍ଭେ ଝିଅର ଖୋଜ ଖବର ପାଉ ନାହିଁ ।ଥାନାକୁ ବାରମ୍ବାର  ଯାଇ ନୟାନ୍ତ ହେଲୁଣି ।ଆମ ପରିବାର ମାନସିକ ଚାପରେ ଅଛୁ ।ଲିଖିତ ଅଭିଯୋଗ ହେଲେ ମଧ୍ୟ ପୋଲିସ କାର୍ଯ୍ଯାନୁଷ୍ଠାନ ଶୂନ ।ତେଣୁ  ଆମକୁ ଆମ ଝିଅକୁ ଫେରାଇ ଆଣିବା ପାଇଁ ଆପଣଙ୍କ ସହାୟତା ଲୋଡୁଛୁ ବୋଲି ଜିଲ୍ଲାପାଳଙ୍କ ଜନଶୁଣାଣୀ ରେ ଆକୁଳ ନିବେଦନ କରିଥିଲେ l
Shrutilipi ad