Photo for the news of kenal road

ମରାମତି ମାଗିଲାଣି କେନାଲ ରାସ୍ତା

ରାଜ୍ୟ

ଆଗରପଡ଼ା :ବନ୍ତ ବ୍ଳକ ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ଓଡ଼ଙ୍ଗ ଗ୍ରାମର ବାରାଗଢିଆ ପୁହାଣ ସାହି ରାସ୍ତାଟି ମରାମତି ଅଭାବରୁ ଶୋଚନୀୟ ହୋଇ ପଡ଼ିଲାଣି । ଉକ୍ତ କେନାଲ ରାସ୍ତାଟି ଜାମବଣୀ,ଟିଲୋ ଏବଂ କାଦବରାଙ୍ଗ-ଆଡ଼ିଆ ପ୍ରଧାନମନ୍ତ୍ରୀ ସଡ଼କକୁ ସଂଯୋଗ କରୁଛି । ମରାମତି ଅଭାବରୁ ଅସରାଏ ବର୍ଷାରେ ଉକ୍ତ ରାସ୍ତା ଖାଲ ଖମାରେ ଭର୍ତ୍ତି ହେବା ସହ ଗମନାଗମନ ଅନୁପଯୋଗୀ ହୋଇପଡୁଛି । ତେଣୁ ରାସ୍ତାଟିର ମରାମତି ପାଇଁ ଜଗନ୍ନାଥ ପୁହାଣ,ଲାଲମୋହନ ପୁହାଣ,ପ୍ରଫୁଲ୍ଲ ପୁହାଣ, ମନୋଜ ପୁହାଣ,ଅଭିମନ୍ୟୁ ପୁହାଣ,ସୁଦର୍ଶନ ପୁହାଣ,ଗୌରାଙ୍ଗ ପୁହାଣ,ଲିଟୁ ପୁହାଣ,ଗଙ୍ଗାଧର ପଢିଆରୀ ଏବଂ ରମାକାନ୍ତ ପଢିଆରୀ ପ୍ରମୁଖ ଗ୍ରାମବାସୀ ଦାବି କରିଛନ୍ତି ।

Shrutilipi ad