ଆଗରପଡ଼ା :ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ତଥା ନରାଜପୁର କ୍ଳଷ୍ଟର ଅନ୍ତର୍ଗତ ସରକାରୀ ଉନ୍ନୀତ ମଧ୍ୟ ଇଂଗ୍ରାଜୀ ବିଦ୍ୟାଳୟ, ଟିକିରାର ପ୍ରଧାନଶିକ୍ଷୟିତ୍ରୀ ସୁମତୀ ମାଝୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ପରିଚାଳନା କମିଟି ସଭାପତି ନିଳାଦ୍ରୀ ବିହାରୀ ଦାସଙ୍କ ସଭାପତିତ୍ୱ ଓ ଶିକ୍ଷକ ପଂଚାନନ ପୃଷ୍ଟିଙ୍କ ସଂଯୋଜନାରେ ଆୟୋଜିତ ସଭାରେ ବିଧାୟକ ସଂଜୀବ ମଲ୍ଲିକ, ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ ଜେନା,ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ,ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି,ବିଜେଡି ଯୁବନେତା ସତ୍ୟ ସାଧନ ବେଜ,ସରପଂଚ ବିନୋଦିନୀ ମହାନ୍ତି, ଶିକ୍ଷାବିତ ଖଗେଶ୍ୱର ପଣ୍ଡା, ଯୁଧିଷ୍ଠିର ବାରିକ,ନାରାୟଣ ଲେଙ୍କା ସିଆରସିସି ପ୍ରଦିପ ପଲାଇ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ଆୟୋଜିତ ସଭାରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସମ୍ବର୍ଦ୍ଧନା ଗ୍ରହଣ କରି ନିଜର ଅଙ୍ଗେଲିଭା କଥା ପ୍ରକାଶ କରିଥିଲେ । ଶିକ୍ଷୟିତ୍ରୀ ରଶ୍ମିତା ରଣା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଶିକ୍ଷକ/ଶିକ୍ଷୟିତ୍ରୀ ଓ ପରିଚାଳନା କମିଟି ସଭ୍ୟ/ସଭ୍ୟାଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ ।

