Cb

ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ଏମସିଏଲ ଅଧିକାରୀ

ରାଜ୍ୟ

ଭୁବନେଶ୍ବର/ସୁନ୍ଦରଗଡ଼: ୨୦ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ଗିରଫ ମହାନଦୀ କୋଲ ଫିଲ୍ଡ ଲିମିଟେଡ୍‌ (ଏମସିଏଲ୍‌)ର ସୁନ୍ଦରଗଡ଼ ଜିଲ୍ଲା ବସୁନ୍ଧରା କ୍ଷେତ୍ର ମୁଖ୍ୟ ପ୍ରବନ୍ଧକ (ଖଣି) ଅଖିଳେଶ ବର୍ମାଙ୍କୁ ସିବିଆଇ ଜେଲ୍‌ ପଠାଇଦେଇଛି। ସେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିବେ। ଅଖିଳେଶଙ୍କ ଓକିଲ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ‌ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ୧୯ତାରିଖରେ ହେବ।

ସୂଚନାଯୋଗ୍ୟ, ଅଖିଳେଶ ବର୍ମା ଗତକାଲି ୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ସିବିଆଇ ଟିମ୍ ହାତରେ ଧରାପଡ଼ିଥିଲେ। ଏମସିଏଲ ଚିପ୍ ମ୍ୟାନେଜର ତଥା ଝୁପୁରଙ୍ଗା-ତୁମୁଲିଆ ପ୍ରୋଜେକ୍ଟର ଡିସଭର୍ସମେଣ୍ଟ ସେଲର ମୁଖ୍ୟ ଅଖିଲେଶ କୁମାର ବର୍ମାଙ୍କୁ ନଗଦ ଟଙ୍କା ସହ ସିବିଆଇର ଟିମ୍ ଧରିଥିଲା।

ଝୁପୁରଙ୍ଗାର ଜଣେ ବିସ୍ଥାପିତଙ୍କ ଠାରୁ ଘର ବାବଦର ଟଙ୍କା ରିଲିଜ୍ କରିବା ପାଇଁ ଅଖିଲେଶ ୩୦ ହଜାର ଟଙ୍କା ମାଗିଥିଲେ। ୧୦ ହଜାର ଟଙ୍କା ପୂର୍ବରୁ ନେଇସାରିଥିବା ବେଳେ ଗତକାଲି ବିଳମ୍ୱିତ ରାତିରେ ୨୦ ହଜାର ଟଙ୍କା ନେଉଥିଲେ। ଟଙ୍କା ନେଲା ବେଳକୁ ଛକି ବସିଥିବା ସିବିଆଇ ତାଙ୍କୁ ମାଡ଼ି ବସିଥିଲା। ତାଙ୍କୁ ଗିରଫ କରିବା ସହ ତାଙ୍କ ଅଫିସ ଓ ଏମସିଏଲ କ୍ବାଟରରେ ଚଢ଼ଉ କରିଛି।

Shrutilipi ad