ବାରିପଦା: ଦେଶର କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ଵାଧୀନ ଫେଡେରେସନ ସମୂହଙ୍କ ପକ୍ଷରୁ ଆହୂତ ଦରବୃଦ୍ଧି ନିୟନ୍ତ୍ରଣ କରିବା,୪ ଟି ଦାନବୀୟ ଶ୍ରମ କୋଡ଼ ବାତିଲ କରିବା, ଚାଷୀର ଉତ୍ପାଦିତ ଫସଲର ଆଇନ୍ ଗତ ସ୍ଵିକୃତି ଦେବା, ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ପୁରୁଣା ପେନସନ ଯୋଜନା ଚାଲୁ କରିବା, ସ୍କିମ ୱାର୍କର ଆଶା, ଅଙ୍ଗନବାଡି, ପାଚିକା ସହାୟିକାଙ୍କୁ ଶ୍ରମିକ ର ମାନ୍ୟତା ସହ ମାସିକ ୨୬ ହଜାର ଟଙ୍କା ମଜୁରୀ ପ୍ରଦାନ କରିବା,ଇପିଏଫ ପେନସନଭୋଗିକୁ ମାସିକ ୯ ହଜାର ଟଙ୍କା ପେନସନ ପ୍ରଦାନ କରିବା, ଜାତୀୟ ଶିକ୍ଷା ନୀତି,୨୦୨୦ ବାତିଲ କରିବା, ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ସୁଧାରିବା ଇତ୍ୟାଦି ୧୭ ଦଫା ଦାବି ନେଇ ଅନୁଷ୍ଠିତ ଦେଶବ୍ୟାପୀ ସାଧାରଣ ଧର୍ମଘଟର ଅଂଶ ବିଶେଷ ଭାବେ ଆଜି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ ବିକ୍ଷୋଭ ସିପିଆଇ ତଥା ଏଆଇଟିୟୁସି, ମୟୂରଭଞ୍ଜ ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ସିପିଆଇ ଏମ୍ ଜିଲ୍ଲା ସମ୍ପାଦକ ସାଥୀ ମୃତ୍ୟୁଞ୍ଜୟ ବେହେରା, ସିଆଇଟିୟୁ ର ରବି ଗୋସ୍ୱାମୀ, ଏଆଇୟୁଟିୟୁସିର ସାଥୀ ପିତାମ୍ବର ନାଏକ, କଂଗ୍ରେସର ପୂର୍ବତନ ଟାଉନ ସଭାପତି ଶାନ୍ତନୁ ପାଲ ପ୍ରମୁଖ ବକ୍ତାମାନେ ୧୭ ଦଫା ଦାବି ଉପରେ ବକ୍ତବ୍ୟ ରଖି ଉଭୟ ସରକାରଙ୍କ ଶ୍ରମିକ, କୃଷକ, କର୍ମଚାରୀ ଓ ସାଧାରଣ ମଣିଷ ମାରଣ ନୀତିକୁ ନେଇ ନିନ୍ଦା କରିବା ସହ,ଏ ନୀତି ଆପଣାଇବା ଯୋଗୁଁ ହିଁ ଆଜିର ଧର୍ମଘଟ ସୃଷ୍ଟି ସୋଇଛି ବୋଲି ପ୍ରକାଶ କରିଛନ୍ତି। କେନ୍ଦ୍ରୀୟ ଶ୍ରମିକ ସଂଗଠନ ଆଇଏନଟିୟୁସି, ଏଆଇଟିୟୁସି, ସିଆଇଟିୟୁ, ଏଆଇୟୁଟିୟୁସି, ଏଚ ଏମ୍ ଏସ୍ ର ସଦସ୍ୟ ମାନେ ଶୋଭାଯାତ୍ରାରେ ବାରିପଦା ରେଳ ଷ୍ଟେସନରୁ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ଏହି ଧର୍ମଘଟ ଯୋଗୁ ମୟୁରଭଞ୍ଜ ଜିଲ୍ଲାର ବାରିପଦା ସମେତ ଅନ୍ୟାନ୍ୟ ସ୍ଥାନମାନଙ୍କରେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ପରିଵହନ ସେବା ମଧ୍ୟ ପ୍ରଭାବିତ ହୋଇଅଛି l ଏଥିରେ ଏଆଇଟିୟୁସି ପକ୍ଷରୁ କାହ୍ନୁଚରଣ ବେହେରା, ଶ୍ରୀକାନ୍ତ ସାମଲ,ବୁଧୁ ସିଂ, ଗୋବିନ୍ଦ ବେହେରା,ରୋହିଦାସ ସିଂ, ଶ୍ରୀ ଶ୍ରୀକାନ୍ତ ବୋଷ,ସୋମବାରୀ ପାତ୍ର, ଫୁଲ ମଣୀ ବିନ୍ଧାଣି, ମହେଶ୍ୱର ବେହେରା,ସୁବାସିନୀ ବିନ୍ଧାଣି, ସିଆଇଟିୟୁ ପକ୍ଷରୁ କୁଞଲତା ମହାନ୍ତ,କାଲୁ ଦେହୁରୀ, ଚମ୍ପା ସୋରେନ୍,ବାହା ମାଝୀ, ଗାୟତ୍ରୀ ମହାପାତ୍ର, କମଳା ମାଝୀ,ଏଚ ଏମ୍ ଏସ୍ ର ସିନଗଲତା ମାଝୀ, ବାରିପଦା ପରିବହନ ସଂଘ ପକ୍ଷରୁ ଅଶୋକ ଭଞ୍ଜଦେଓ, ସୁବାସ ଚନ୍ଦ୍ର ତ୍ରିପାଠୀ, ଗଙ୍ଗାଧର ସାମଲ, ଦାଶରଥି ରାଉତ୍, ଜିଲ୍ଲା ଇପିଏଫ ପେନସନ ସଂଘ ପକ୍ଷରୁ ମଦନମୋହନ ଜେନା, ଗୋପାଳ ଚନ୍ଦ୍ର ଦାସ, କୁଳମଣି ପାତ୍ର,ଏ ଆଇ ଡି ଏସ୍ ଓ ଜିଲ୍ଲା ସମ୍ପାଦକ ଫୁଲ ଚାନ୍ଦ ଲୋହାର, କଂଗ୍ରେସ ର ଭବାନୀ ଶଙ୍କର ସାହୁ ପ୍ରମୁଖ ଆଜିର ଧର୍ମଘଟରେ ସାମିଲ ଥିଲେ.

