ବାରିପଦା : ମୟୂରଭଂଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅନ୍ତର୍ଗତ କୁସୁମି ବ୍ଳକର ଝିପାବନ୍ଧ ଗ୍ରାମର ଜନୈକ ଶିଶୁ କନ୍ୟା ବିଦ୍ୟୁତ ସ୍ପର୍ଶରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ଝିପାଵନ୍ଧ ଗ୍ରାମର ମହେନ୍ଦ୍ର ମହାନ୍ତିଙ୍କ ୯ ବର୍ଷର ଝିଅ ଗୀତା ମହାନ୍ତି ଆଜି ସୋମବାର ଅପରାହ୍ନରେ ୨.୩୦ ଟା ପାଖାପାଖି ସମୟରେ ଘର ଭିତରେ ଅଜଣାତରେ ବିଦ୍ୟୁତ ସ୍ପର୍ଶରେ ଆସି ଗୁରୁତର ହୋଇଥିଲେ ।ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣା ଯାଇଥିଲା ।ଡାକ୍ତର ମୃତ ଘୋଷଣା କରିଥିଲେ ।ବାଦାମ ପାହାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଏକ ଅପମୃତ୍ଯୁ ମାମଲା କେଶ ନମ୍ବର ୧୪/୨୫ ରୁଜୁ କରିଛି ।ମଙ୍ଗଳବାର ଦିନ ଶବ ବ୍ୟବଚ୍ଛେଦ କରାଯିବ ।ଛୋଟ ପିଲାଟିର ଦୁଃଖଦ ମୃତ୍ୟୁରେ ବାପ,ମାଆ ଭାଙ୍ଗି ପଡିଛନ୍ତି । ଗାଁରେ ଶୋକାକୁଳ ପରିବେଶ ହୋଇପଡିଛି ।ପିଡିତ ପରିବାରକୁ ସରକାରୀ ଗାଡ଼ି ଲାଇନ ଅନୁସାରେ ସହାୟତା ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

