ବାରିପଦା : ଆସନ୍ତା ଜୁଲାଇ ୨୧ ତାରରିଖ ଦିନ ଜାତୀୟ କଂଗ୍ରେସ ଦଳର ସଭାପତି ମାଲିକାର୍ଜୁନ ଖାଡ଼ଗେ ଓ ଲୋକସଭା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ଗସ୍ତକୁ ସଫଳ କରିବା ପାଇଁ ପିସିଏମ କଲ୍ୟାଣ ଭବନ ପରିସରରେ କଂଗ୍ରେସ ଦଳ ତରଫରୁ ଏକ ପ୍ରସ୍ତୁତି ଵୈଠକ ପଶ୍ଚିମ ମୟୂରଭଂଜ ଜିଲ୍ଲା କଂଗ୍ରେସ ସଭାପତି ଭୁବନ ସାହୁଙ୍କ ସଭାପତିତ୍ବରେ ଆଜି ସୋମବାର ଦିନ ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ପ୍ରାକ୍ତନ ରାଇରଙ୍ଗପୁର କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ, ପ୍ରାକ୍ତନ ରାଇରଙ୍ଗପୁର କଂଗ୍ରେସ ବିଧାୟକ ଶ୍ୟାମ ଚରଣ ହାଁସଦାଃ,ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି,ରାଇରଙ୍ଗପୁର ନଗର କଂଗ୍ରେସ ସଭାପତି ଅଶୋକ ଅଗ୍ରଓ୍ବାଲ, ବରିଷ୍ଠ କଂଗ୍ରେସ ନେତା ବସନ୍ତ ପଟନାୟକ,ରୁପକ ମହାନ୍ତି,ଯାମଦା ବ୍ଳକ ପ୍ରାକ୍ତନ ଅଧ୍ୟକ୍ଷା ହେଲେନା ଵାଗେ ପ୍ରମୁଖ ଯୋଗଦେଇ ଆଗାମୀ ୧୧ ତାରିଖ ଦିନ କଂଗ୍ରେସ ସମାବେଶରେ କିପରି ଅଧିକରୁ ଅଧିକ କଂଗ୍ରେସ କର୍ମୀ ଯୋଗ ଦେବେ ସେନେଇ ଆଲୋଚନା କରିଥିଲେ ।ଏହି ପ୍ରସ୍ତୁତି ବୈଠକରେ ବାମନଘାଟି ଉପଖଣ୍ଡ ର ବିଭିନ୍ନ ବ୍ଲକ ଅଞ୍ଚଳରୁ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ.

