Bahuda ratha

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ବାହୁଡାଯାତ୍ରା ସମ୍ପନ୍ନ

ରାଜ୍ୟ
  • ଜନ୍ମ ବେଦୀରୁ ଲେଉଟିଲେ ତିନିଠାକୁର ରତ୍ନବେଦୀ କୁ
  • ରଥଖଳା ରେ ତିନି ରଥରେ ତିନି ଠାକୁର, ରାତ୍ରୀରେ ନୀଳାନ୍ଦ୍ରୀ ବିଜେ ପହଣ୍ଡି

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିବା ବାରିପଦା ରଥଯାତ୍ରାର ଆଜି ଥିଲା ବାହୁଡାଯାତ୍ରା ର ଅନ୍ତିମ ଦିନ । ପୂର୍ବ ପରମ୍ପରା ଅନୁଯାୟୀ ଏଠାରେ ଦୁଇ ଦିନ ଧରି ରଥଟଣା ଅନୁଷ୍ଠିତ ହୋଇଆସୁଅଛି । ଶ୍ରୀକ୍ଷେତ୍ର ଧାମ ପୁରୀ ରଥ ଟଣାର ପରଦୁଇଦିନ ଏଠାରେ ରଥଟଣା ସମ୍ପନ୍ନ ହୁଏ । ଗତକାଲି ବଡଦାଣ୍ଡର ଅଧାବାଟରେ ରହିଥିବା ମା ସୁଭଦ୍ରା ଙ୍କ ରଥ କୁ ପ୍ରଥମେ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରୀତ ହୋଇଥିବା ସମୟ ଅନୁଯାୟୀ ଟଣା ଆରମ୍ଭ ହୋଇଥିଲା । ମା ସୁଭଦ୍ରା ଙ୍କ ରଥ ଟଣା ସଂମ୍ପନ୍ନ ହେବା ପରେ ବଡଠାକୁର ପ୍ରଭୁ ବଲଭଦ୍ର ଙ୍କ ରଥଟଣା ସଂମ୍ପନ୍ନ ହୋଇଥିଲା । ଆଜି ସକାଳୁ ପାଗ ଥିଲା ସଂପୂନ୍ନ ଅନୁକୂଳ ମାତ୍ର ଅପରାହ୍ନରେ ଆକାଶ ମେଭାଛନ୍ନ ସାଙ୍ଗକୁ ପ୍ରବଳ ବର୍ଷା । ତଥାପି ବଡଦାଣ୍ଡ ରେ ଶ୍ରଦ୍ଧାଳୁ ଙ୍କ ନାହିଁ ନଥିବା ଭିଡ । ବର୍ଷା ରେ ଭିଜି ଭିଜି ଭକ୍ତ ଭିଡିଲେ ରଥ ଦଉଡି । ବଡ ଠାକୁର ପ୍ରଭୁ ବଳରାମ , ମା ସୁଭଦ୍ରା ପୂର୍ବରୁ ଅପେକ୍ଷା କରିଥିବା ଭାଇ ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ଆସି ପହଞ୍ଚିଲେ । ରଥ ଖଳାରେ ଏକା ସାଙ୍ଗରେ ତିନି ଠାକୁର ଙ୍କ ରଥ ହେଲା ଦୃଶ୍ୟମାନ । ଆଜିକାର ରଥଟଣା ଶାନ୍ତି ଶୃଙ୍ଖଳାର ସହିତ ସନ୍ଧ୍ୟା ପୂର୍ବରୁ ସମ୍ପନ୍ନ ହୋଇଅଛି । ସରିଲା ଚଳିତ ବର୍ଷର ରଥଯାତ୍ରା ପୁଣି ବର୍ଷକୁ ଅପେକ୍ଷା । ଯାତ୍ରାର ଶେଷ ଦିନ । ତିନି ଦିଅଁ ଙ୍କ ସମେତ ଚତୁର୍ଦ୍ଧା ମୂର୍ତ୍ତିକୁ ରଥ ଉପରେ ଦର୍ଶନ କରିବା ପାଇଁ ଭକ୍ତ ଙ୍କର ଲାଗିଛି ଭିଡ । ଦୀର୍ଘ ୯ ଦିନର ଯାତ୍ରା ଶେଷକରି ପ୍ରଭୁ ଜଗନ୍ନାଥ କାଳିଆ ଠାକୁର ଗତକାଲି ପାଖରୁ ହରିୁବଳଦେବଜୀଉ ମନ୍ଦିର ତଥା ସିଂହଦ୍ୱାର ସମ୍ମୁଖରେ ରଥ ଉପରେ ଉଭା ହୋଇ ଭାଇ ଓ ଭଉଣୀ ଙ୍କୁ ଅପେକ୍ଷା କରିଥିଲେ । ଭଉଣୀ ସୁଭଦ୍ରା ରଥଦାଣ୍ଡର ନାଭିକେନ୍ଦ୍ର ଠାରେ ଅଟକିଥିଲେ । ବଡଭାଇ ବଳରାମ ମାଉସୀମା ମନ୍ଦିର ପାଖରେ ରଥାରୂଢ ହୋଇରହିଥିଲେ । ଆଜି ବାହୁଡା ରଥଯାତ୍ରା ର ଦ୍ୱିତୀୟ ଦିବସରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ର ପରମ୍ପରା ଅନୁଯାୟୀ ବଡଦାଣ୍ଡର ଅଧାବାଟରେ ଗତକାଲି ପାଖରୁ ଅଟକି ରହିଥିବା ମା ସୁଭଦ୍ରା ଙ୍କ ଦର୍ପଦୋଳନ ରଥ କେବଳ ମହିଳା ଭକ୍ତମାନ ଙ୍କ ଗହଣରେ ଆସି ପହଞ୍ଚିଥିଲା ସିଂହଦ୍ୱାର ସମ୍ମୁଖରେ । ଏହାପରେ ବଡଠାକୁର ପ୍ରଭୁ ବଳଭଦ୍ର ଙ୍କର ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଥିଲା । ପ୍ରଭୁ ବଳଭଦ୍ର ଭକ୍ତମାନଙ୍କ ଗହଣରେ ଆସି ପହଞ୍ଚିଥିଲେ ଭାଇ ଓ ଭଉଣୀ ଙ୍କ ପାଖରେ । ଏହାପରେ ତିନି ଠାକୁର ରଥ ଖଳାରେ ଏକତ୍ରିତ ହୋଇଛନ୍ତି । ଭକ୍ତମାନେ ଆଜି ତିନି ଦିଅଁ ଙ୍କୁ ଏକ ସ୍ଥାନରେ ଦର୍ଶନ କରିବେ । ତିନି ଠାକୁର ଙ୍କୁ ରଥ ଉପରେ ଦର୍ଶନ କରିବାର ଆଜି ଶେଷ ଦିନ । ରଥ ଖଳାରେ ତିନି ଠାକୁର ଭକ୍ତମାନଙ୍କୁ ରଥ ଉପରେ ରୂପା ବେଶରେ ଆଜି ରାତ୍ରୀ ରେ ଦର୍ଶନ ଦେବେ । ପରେ ସନ୍ଧ୍ୟା ପରେ ଲକ୍ଷ୍ମୀ ନାରାୟଣ ଭେଟ ଅନୁଷ୍ଠିତ ହେବ । ପରେ ରାତ୍ରୀ ୧୧ ଟା ସମୟରେ ଶ୍ରୀ ମନ୍ଦିରକୁ ମହାପ୍ରଭୁମାନଙ୍କର ନୀଳାନ୍ଦ୍ରୀ ବିଜେ ପହଣ୍ଡି ହେବ । ମହାଲକ୍ଷ୍ମୀ ଙ୍କର ଦାସୀ ଘଣ୍ଟ, ଘଣ୍ଟା , କାହାଳି ଓ ଶଙ୍ଖ ବଜାଇବା ପରେ ମହାଲକ୍ଷ୍ମୀ ମେଘନାଦ ପାଚେରୀରେ ଥିବା ଚାହାଣୀ ମଣ୍ଡପରେ ଥାଇ ରଥାରୂଢ ବଡ ଠାକୁର ଙ୍କୁ ଦେଖି ଶ୍ରୀ ମନ୍ଦିର ଫେରିଯାଇଥାଆନ୍ତି ।ଏହାପରେ ଚାହାଣୀ ମଣ୍ଡପରେ ଯଥାରିତୀ ପୂଜା କରାଯାଇଥାଏ । ଏହି ସମୟରେ ରଥ ଗାଉଣିଆ ଦେବ ଦାସୀ ମଧ୍ୟରେ ସଙ୍ଗୀତ ମାଧ୍ୟମରେ ବଚସା ହୋଇଥାଏ । ଦ୍ୱାଦଶୀ ଠାଁ ନିତୀ ଶେଷ ହେବା ପରେ ଅର୍ଦ୍ଧରାତ୍ରୀ ପାଖାପାଖି ନାଉରା ବାଡିରେ ନାଗରା ବାଜିବା ପରେ ମହାପ୍ରଭୁ ମାନଙ୍କ ଶରୀରରୁ ଅଳଙ୍କାର ସବୁ ଖୋଲାଯାଇଥାଏ । ଏହାପରେ ପରିଛା ସୁବାସିତ ଜଳ ସିଞ୍ଚନ କରିବାପରେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ସିଂହ ଦ୍ୱାର ପାଖକୁ ଦିଅଁମାନେ ଯାଇଥାଆନ୍ତି । କିନ୍ତୁ ମହାଲକ୍ଷ୍ମୀ ସୁଖୀ ଖବର ପାଇବା ପରେ ଚତୁର୍ଦ୍ଧା ଠାକୁର ଙ୍କ ମଧ୍ୟରୁ ବଳଭଦ୍ର , ସୁଭଦ୍ରା ଓ ସୁଦର୍ଶନ ଙ୍କୁ ରତ୍ନ ସିଂହାସନରେ ବିଜେ କରିବାପରେ ସିଂହଦ୍ୱାର ବନ୍ଦ କରିଦିଅନ୍ତି । ପ୍ରଭୁ ଜଗନ୍ନାଥ ମନ୍ଦିର ବାହାରେ କିଛି ସମୟ ରହିବାପରେ ମହାଲକ୍ଷ୍ମୀ ଙ୍କ ମାନସରଞନ ପରେ କାଳିଆ ଠାକୁର ରତ୍ନ ସିଂହାସନକୁ ପ୍ରବେଶ କରନ୍ତି । ପରେ ଠାକୁର ଙ୍କ ମହାସ୍ନାନ , ଆଳତୀ , ଅଁଳା ,ଭେଟି ଲାଗି ହେବା ପରେ ବଡସିଂହାର ବେଶ ପରେ ପହଡ ହୋଇଥାଏ । ତିନି ରଥ ସିଂହଦ୍ୱାର ସମ୍ମୁଖରେ ବିରାଜମାନ ଅଛନ୍ତି । ଶଙ୍ଖ , ହୁଳୁହୁଳି , ଘଣ୍ଟ ଘଣ୍ଟା , ହରିବୋଲ , ସଂକୀର୍ତ୍ତନ , ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ବଡଦାଣ୍ଡ । ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ବଡଦାଣ୍ଡରେ ହରିନାମ ନିଆଯାଉଥିବାବେଳେ ଘଣ୍ଟୁଆ ଦଳ ପକ୍ଷରୁ ଘଣ୍ଟା ବାଦନ ବଡଦାଣ୍ଡକୁ ଭକ୍ତିମୟ କରିପକାଇଥିଲା । ବିଭିନ୍ନ ସେବା ଅନୁଷ୍ଠାନ ପକ୍ଷରୁ ବଡଦାଣ୍ଡରେ ଭକ୍ତମାନଙ୍କୁ ବିଶୁଦ୍ଧ ଥଣ୍ଡାପାନୀୟଜଳ ବଣ୍ଟନ କରାଯାଉଥିଲା । ଭକ୍ତମାନଙ୍କ ଭିଡକୁ ଆଖିଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବଡଦାଣ୍ଡରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ଆଜି ବିଶେଷକରି ମା ସୁଭଦ୍ରା ଙ୍କ ରଥଟଣାରେ ମହିଳା ଭକ୍ତମାନ ଙ୍କ ସଂଖ୍ୟା ଅଧିକ ଥିବାରୁ ମହିଳା ପୋଲିସ ସମେତ ଅନ୍ୟ ପୋଲିସମାନେ ଅଧିକ ସଂଖ୍ୟାରେ ଥାଇ ରଥଯାତ୍ରା କୁ ନିୟନ୍ତ୍ରଣ କରିଥିଲେ । ବଡଦାଣ୍ଡକୁ ସମ୍ପୂନ୍ନ ଭାବେ ସିସି କ୍ୟାମେରା ଦ୍ୱାରା ନିୟନ୍ତ୍ରଣ କରାଯାଇଥିଲା । ପ୍ରଶାସନ ପକ୍ଷରୁ ଜିଲାପାଳ , ଉପ ଜିଲାପାଳ ତଥା ଦେବୋତ୍ତୋ ଅଧିକାରୀ । , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ , ପୋଲିସ ଏସଡିପିଓ , ଟାଉନ ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ରଥଟଣାକୁ ଶୃଙ୍ଖଳିତ ଭାବେ ସମ୍ପୂନ୍ନ କରିଥିଲେ । ଜିଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ବଡଦାଣ୍ଡରେ ରଥଯାତ୍ରା ର ଧାରା ବିବରଣୀ ପ୍ରଦାନ କରାଯାଇଥିବାବେଳେ ରଥ ଉପରୁ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଭାଗବତ ପଣ୍ଡା ଧାରା ବିବରଣୀ ପ୍ରଦାନ କରିଥିଲେ । ସେହିପରି ଆଜି ବାରିପଦା ବାଣ୍ଠିଆ ଜଗନ୍ନାଥ ମହାପ୍ରଭୂ ଙ୍କ ସମେତ ତିନି ଠାକୁର ଙ୍କ ପୂର୍ବ ନିର୍ଦ୍ଧାରୀତ ସମୟ ଅନୁଯାୟୀ ପୂର୍ବାହ୍ନରେ ରଥଟଣା କାର୍ଯ୍ୟ ସମ୍ପନ୍ନ ହୋଇଅଛି । ଗୋଟିଏ ରଥରେ ତିନି ଠାକୁର ଆସି ତାଙ୍କର ଯାତ୍ରା ଶେଷକରି ପୂର୍ବାହ୍ନରେ ମନ୍ଦିର ଅଭିମୁଖେ ଫେରିଛନ୍ତି । ଆଜି ରାତ୍ରୀରେ ପହଣ୍ଡି ହୋଇ ମହାପ୍ରଭୁମାନେ ସିଂହାସନକୁ ବିଜେ କରିବେ । ରଥ ଟଣା କାର୍ଯ୍ୟକ୍ରମ ସଂପନ୍ନ ପରେ ପୂର୍ବ ପରମ୍ପରା ଅନୁଯାୟୀ ତିନି ଗୋଟି ରଥ ଉପରୁ ଭକ୍ତ ମାନଙ୍କ ଉଦ୍ଧେଶ୍ୟରେ ଲଡୁ ଫିଙ୍ଗା ôଯାଇଥିଲା । ଏହି ଲଡୁ ପାଇ ଭକ୍ତମାନେ ଖୁବ ଆନନ୍ଦିତ ହୋଇଥିଲେ ।

Shrutilipi ad