ଆଗରପଡ଼ା : ବନ୍ତ ବ୍ଲକ ବିଟିପୁର ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ମୂରବୀ ନରେନ୍ଦ୍ର ସିଂହଙ୍କ ସ୍ମୃତିଚାରଣ ସଭା ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ପ୍ରାକ୍ତନ ବିଜେଡି ରାଜ୍ୟ ସଂପାଦକ ବିକାଶ ଶ୍ରେଷ୍ଠା, ସତ୍ୟସାଧନ ବେଜ, ଅଧ୍ୟାପକ ଫକୀର ଶଙ୍ଖୁଆ, ସୁସାହିତ୍ୟିକ ଚତୁର୍ଭୁଜ ପହି, କୀର୍ତ୍ତନ ନାୟକ, ଜଗନ୍ନାଥ ପାତ୍ର, ସୁବୋଧ ସାହୁ, ଗୋଲକ ପୃଷ୍ଟି, ସନ୍ତୋଷ ମହାନ୍ତି, ନନ୍ଦକିଶୋର ନାୟକ ପ୍ରମୁଖ ଶ୍ରୀ ସିଂହଙ୍କ ସ୍କୃତିଚାରଣ କରିଥିଲେ । ସାମ୍ବାଦିକ ଅକ୍ଷୟ ସିଂହ, ରଂଜନ ସିଂହ, ରାଜେଶ ସିଂହ, ରାକେଶ ସିଂହ ପ୍ରମୁଖ ସଂର୍ପକୀୟମାନେ ବିଭିନ୍ନ କାର୍ଯ୍ୟ ସଂପାଦନ କରିଥିଲେ ।

