Img 20250704 wa0133

ରଥଯାତ୍ରା ଉପଲକ୍ଷେ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ଘୋଷଯାତ୍ରା ଉପଦେଷ୍ଟା କମିଟି ପକ୍ଷରୁ ସମୂହ ପ୍ରସାଦ ସେବନ ବ୍ୟବସ୍ଥା

ରାଜ୍ୟ
ବାରିପଦା: ଆଜି ପବିତ୍ର ରଥଯାତ୍ରା ଉପଲକ୍ଷେ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ଘୋଷ ଯାତ୍ରା ଉପଦେଷ୍ଟା କମିଟି ତରଫରୁ ବାରିପଦା ସ୍ଥିତ ସ୍ୱସ୍ତିକ ଗାର୍ଡେନ ଠାରେ ସମୂହ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଏଥିରେ ଶହ ଶହ ସଂଖ୍ୟାରେ ଭକ୍ତ, ଶ୍ରଦ୍ଧାଳୁ ଓ ସାଧାରଣ ଜନତା ଏକତ୍ରିତ ହୋଇ ମହାପ୍ରଭୁଙ୍କ ଦିବ୍ୟ ପ୍ରସାଦ ସେବନର ସୁଯୋଗ ପାଇଥିଲେ ଏବଂ ଭକ୍ତ-ଶ୍ରଦ୍ଧାଳୁ ଆବାଳ ବୃଦ୍ଧ ବନିତାଙ୍କ ସମୂହ ପ୍ରସାଦ ସେବନ, ପରିବେଶକୁ କିଛି କ୍ଷଣ ପାଇଁ ଆନନ୍ଦ ବଜାରରେ ପରିଣତ କରିଥଲା। ପୁରୀର ନନାମାନଙ୍କ ଦ୍ୱାରା ରନ୍ଧନ ହୋଇ ପ୍ରସ୍ତୁତ ହୋଇଥିବା ଘିଅ ଅନ୍ନ ,ଖେଚୁଡ଼ି ,କାନିକା, ଡାଲମା, ମିଠାଡାଲି, ବେସର ,ମହୁର ,କଖାରୁ ଖଟା ,ଛେନା ,ରାବିଡ଼ି  ଇତ୍ୟାଦି ସୁସ୍ୱାଦୁ ଦିବ୍ୟ ପ୍ରସାଦ ପାଇ ଭକ୍ତ ଓ ଶ୍ରଦ୍ଧାଳୁ ନିଜକୁ ଧନ୍ୟ ମନେ କରିଥିଲେ। ପ୍ରକାଶ ଥାଉକି ଚଳିତ ବର୍ଷ ରଥଯାତ୍ରା ଅବସରରେ ଗତ ଜୁନ ୩୦ ତାରିଖରୁ ଜୁଲାଇ ୫ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟନ କରାଯାଉଛି। ଏହି ପ୍ରସାଦ ବଣ୍ଟନ ପବିତ୍ର କାର୍ଯ୍ୟ ପାଇଁ ବିଭିନ୍ନ ବୈଦାନ୍ୟ ବ୍ୟକ୍ତିବିଶେଷ  ଅକୁଣ୍ଠିତ ଛିତ୍ତରେ ସେବା ପ୍ରଦାନ କରିଛନ୍ତି।
ଆଜିର ସମୂହ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ମହାରାଜା ଶ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ବାଙ୍ଗରିପୋଷୀ ବିଧାୟିକା ସୁଶ୍ରୀ ସଞ୍ଜଳୀ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ନଗରପାଳ କୃଷ୍ଣlନନ୍ଦ ମହାନ୍ତି, ଉପଜିଲ୍ଲାପାଳ ଡ. ଦୟାସିନ୍ଧୁ ପରିଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୌତମ କିଶାନ ଓ ଅନ୍ୟାନ୍ୟ ବିଭିନ୍ନ ବିଭାଗୀୟ ଅଧିକାରୀ ଏକତ୍ର ହୋଇ ପ୍ରସାଦ ସେବନ କରିବା ସହିତ  ଉପଦେଷ୍ଟା କମିଟି ସଦସ୍ୟ କଳିଙ୍ଗ କେଶରୀ ଜେନା, ବିପ୍ଳବ ବୁଗୁଡେଇ, ଅମିତାଭ ସାହୁ, ଗୌରବ ମୋଦୀ, ବବି ରାଉତ,ଅମର ସେଠୀ, ସତ୍ୟଜିତ ସୋମ, ମୁକେଶ ଶର୍ମା, ସନ୍ତୋଷ ଖଣ୍ଡେଲୱାଲ, ଅଭିଷେକ ବେହେରା, ରାକେଶ ବେହେରା, ବିଦୁରାଜ ସୋରେନ, ସମୀର ଦେ, ଅରୁଣ ବରଦ, କାଶୀନାଥ ରଣା, ସୁବ୍ରତ ମୁଖି କାହ୍ନୁ ମହାନ୍ତି, ସନୁ ରାମ, ସରୋଜ ଶତପଥି, ନିମାଇଁ ତ୍ରିପାଠୀ, ଶିବୁ ରଣା ପ୍ରମୁଖ ପ୍ରସାଦ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ।
Shrutilipi ad