Rew

ବର୍ଷା ଦିନରେ ଗ୍ରାମ୍ୟ ରାସ୍ତା ପଚ ପଚ, ଲୋକମାନଙ୍କର ଯାତାୟତରେ ନାହିଁ ନଥିବା ଅସୁବିଧା

ରାଜ୍ୟ
ବାରିପଦା –  ମୟୂରଭଂଜ ଜିଲ୍ଲାର  ବିଜାତଳା ବ୍ଲକ ମାଣିକପୁର ପଞ୍ଚାୟତର  ନୂଆଗାଁ ର ହୁଟୁବ ସାହି ରୁ  ରାସ୍ତା ବେହାଲ l  ବର୍ତ୍ତମାନର ବର୍ଷା ଦିନରେ ଗାଁ ଲୋକମାନେ ଯିବା ଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଫଳରେ ଲୋକମାନଙ୍କୁ ଯିବା ଆସିବାରେ ଅନେକ ଅସୁବିଧା ହେଉଛି ବିଶେଷ କରି ସ୍କୁଲ, କଲେଜରମାନେ ଛାତ୍ରଛାତ୍ରୀମାନେ ଦୈନିକ ଯିବାଆସିବା ପାଇଁ ହଇରାଣ ହରକତ ହେଉଛନ୍ତି। ବର୍ଷା ଯୋଗୁଁ  ରାସ୍ତା ସଂପୂର୍ଣ୍ଣ ଖରାପ୍ ହୋଇଯାଇଛି। ରୋଗୀ ଏବଂ ଗର୍ଭବତୀ ମହିଳାମାନେ ଡ଼ାକ୍ତର ଖାନା ଯିବା ପାଇଁ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି। ସେହିପରି ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ରାଇହରି ପଞ୍ଚାୟତର ରାଇହରିଠାରୁ ଜାମୁଡ଼ାଳି ଗ୍ରାମ୍ୟ ରାସ୍ତା ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡିଛି | ବର୍ଷା ଯୋଗୁଁ ଏହି ମାଟି ରାସ୍ତାଟି କାଦୁଅରେ ପଚପଚ କରୁଥିବାରୁ ଯାତାୟାତ ପାଇଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ରାସନ, ଭତ୍ତା ଓ ଅନ୍ୟାନ୍ୟ କାମ ପାଇଁ ଲୋକେ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ଆସିବା କରୁଥିବାବେଳେ, ରାସ୍ତାର ଏପରି ଶୋଚନୀୟ ଅବସ୍ଥା ଲୋକମାନଙ୍କୁ ନାକେଦମ କରୁଛି | ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ଆସିବା ପାଇଁ ଆଜିକୁ ୧୮ ବର୍ଷ ତଳେ ଜାମୁଡ଼ାଳି ଓ ରାଇହରିର କିଛି ଲୋକ ନିଜସ୍ୱ ମାଲିକାନାରେ ଥିବା ନିଜ ଜମି ଦାନ କରି ଏହି ଦେଢ଼ କିଲୋମିଟର ବିଶିଷ୍ଟ ରାସ୍ତା ନିର୍ମାଣ କରିଥିଲେ | କିନ୍ତୁ ପରିତାପର ବିଷୟ ଏହି କି ଯେ, ଦୀର୍ଘ୍ୟ ୧୮ ବର୍ଷ ବିତିଯାଇଥିଲେ ସୁଦ୍ଧା ନାଳ ଉପରେ ଛୋଟ ପୋଲ ଓ ପୋଲର ଉଭୟ ପାର୍ଶ୍ୱରେ ୨୫ ଫୁଟର ପକ୍କା ରାସ୍ତା ଛଡା ଅନ୍ୟ କୌଣସି ଉନ୍ନତି ମୂଳକ କାମ ହୋଇନାହିଁ | ତେଣୁ ଆଗାମୀ ଦିନରେ ପ୍ରଶାସନ ଦୃଷ୍ଟି ଦେଇ ଏହି ରାସ୍ତାକୁ ପକ୍କା ସଡ଼କରେ ପରିଣତ ନ କଲେ ଲୋକେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି |
Shrutilipi ad