Screenshot 2024 07 03 123025 750

ବିରୋଧୀଙ୍କୁ ଆଇନମନ୍ତ୍ରୀଙ୍କ ଟାର୍ଗେଟ: କହିଲେ, ରଥଯାତ୍ରାକୁ ନେଇ କରାଯାଉଛି ରାଜନୀତି

ରାଜ୍ୟ

ଭୁବନେଶ୍ଵର: ରଥଯାତ୍ରା ପ୍ରସଙ୍ଗରେ ବିରୋଧୀଙ୍କୁ ଆଇନମନ୍ତ୍ରୀଙ୍କ ଟାର୍ଗେଟ। ରଥଯାତ୍ରା ପ୍ରସତଙ୍ଗରେ ବିରୋଧୀଙ୍କ ଅଭିଯୋଗ ନେଇ କଡ଼ା ଜବାବ ଦେଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ସେ କହିଛନ୍ତି, ଯେଉଁମାନେ ଅକର୍ମା ଲୋକ ବୋଲି ନିଜକୁ ପ୍ରମାଣିତ କରିସାରିଛନ୍ତି ସେମାନେ ଅଧିକ କଥା କହୁଛନ୍ତି। ବିରୋଧୀ କେମିତି ରଥଯାତ୍ରା ପରିଚାଳନା କରୁଥିଲେ, ଅତୀତରେ ଓଡ଼ିଶାବାସୀ ଜାଣିଛନ୍ତି। ତାଙ୍କ ସମୟରେ କ’ଣ ଘଟଣା ଘଟୁଥିଲା ସମସ୍ତେ ଦେଖିଛନ୍ତି। ଏ ବାବଦରେ ବେଶି କିଛି କହିବାର ନାହିଁ।

ମନ୍ତ୍ରୀ କହିଛନ୍ତି, ରଥଯାତ୍ରାକୁ ନେଇ କରାଯାଉଛି ରାଜନୀତି। ତେଣୁ ଆମେ ରଥଯାତ୍ରାକୁ ନେଇ କୌଣସି ରାଜନୈତିକ ସମାଲୋଚନା କିମ୍ବା ରାଜନୀତି ବାତାବରଣ ତିଆରି କରିବାକୁ ଚାହୁଁନାହୁଁ । କୌଣସି ରାଜନୈତିକ ଟିପ୍ପଣୀ ଦେବାକୁ ଚାହୁଁନି ବୋଲି କହିଲେ ଆଇନ ମନ୍ତ୍ରୀ । ଯେଉଁମାନେ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ରାଜନୀତି କରୁଛନ୍ତି, ସେମାନଙ୍କୁ ଭଗବାନ ଦଣ୍ଡିତ କରିବେ। ମହାପ୍ରଭୁଙ୍କ ରଥଯାତ୍ରା ସୁରୁଖୁରୁରେ ହେଉ। ଜଗନ୍ନାଥଙ୍କ ଆଶୀର୍ବାଦରେ ହିଁ ରଥଯାତ୍ରାର ସଂପୂର୍ଣ୍ଣ ପ୍ରକ୍ରିୟା ଭଲରେ ଭଲରେ ଶେଷ ହେବ।

ଲୋକଙ୍କ ପାଇଁ ଯାହା ଆବଶ୍ୟକ ସବୁ ବ୍ୟବସ୍ଥା କରାଯାଇଛି। ମଙ୍ଗଳବାର ମଧ୍ୟ ମୁଖ୍ୟମନ୍ତ୍ରୀ ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ସେବାୟତମାନଙ୍କ ସହ ମଧ୍ୟ ଭେଟି ଆଲୋଚନା ହୋଇଛି। ତେଣୁ କୌଣସି ସମସ୍ୟା ହେବ ନାହିଁ ବୋଲି ପୁରା ବିଶ୍ୱାସ ଅଛି ବୋଲି ମନ୍ତ୍ରୀ କହିଛନ୍ତି।

Shrutilipi ad