Rahul

ସମ୍ବିଧାନ ବଞ୍ଚାଅ ସମାବେଶ: ପ୍ରସ୍ତୁତି ଜାରି; ଓଡ଼ିଶା ଆସିବେ ରାହୁଲଙ୍କ ସହ ଖଡ୍‌ଗେ

ରାଜ୍ୟ

ଭୁବନେଶ୍ବର: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତସୂଚୀରେ ପରିବର୍ତ୍ତନ ହୋଇଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆସନ୍ତା ୯ ତାରିଖରେ ଓଡ଼ିଶା ଆସିବେ ନାହିଁ। ଓଡ଼ିଶାକୁ ତାଙ୍କର ଗସ୍ତ ଆସନ୍ତା ୧୧ ତାରିଖରେ ହେବ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ ଓ ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ମଧ୍ୟ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେବେ। କଂଗ୍ରେସର ବରିଷ୍ଠ ନେତାମାନେ ବରମୁଣ୍ଡା ପଡ଼ିଆରେ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେବେ। ଏହାର ପ୍ରସ୍ତୁତି ପାଇଁ କଂଗ୍ରେସ ଭବନରେ ବୈଠକ ଶେଷ ହୋଇଛି। ବୈଠକରେ ପିସିସି ସଭାପତିଙ୍କ ସହ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

Shrutilipi ad