ବାରିପଦା : ମୟୂରଭଞ୍ଜ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅନନ୍ତ ପ୍ରସାଦ ସେଠୀ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଇଉ.ଭି.କେ କେନ୍ଦ୍ରର ସମ୍ପାଦକ ଜନ୍ ଜର୍ଜ୍ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଫୋର୍ଡ ର ସମ୍ପାଦକ ସନ୍ତୋଷ କୁମାର ଖଣ୍ଡା ମଞ୍ଚ ପରିଚାଳନା କରିଥିଲେ । କଳା ସଂସ୍କୃତି ମଞ୍ଚର ଉପସଭାପତି ହାଡ଼ିବନ୍ଧୁ କର ସ୍ବାଗତ ସଙ୍ଗୀତ ଗାନ କରିଥିଲେ । ମୁଖ୍ୟ ଅତିଥି ଡକ୍ଟର ସତ୍ୟଜିତ ନାୟକ ଡି.ଆଇ.ଜି ବାଲେଶ୍ଵର, ସ୍ଵତନ୍ତ୍ର ଅତିଥି ନେତ୍ରାନନ୍ଦ ମଲ୍ଲିକ ଅତିରିକ୍ତ ଜିଲ୍ଲାପାଳ ମୟୂରଭଞ୍ଜ ଯୋଗ ଦେଇ ଶ୍ରୀ ସେଠୀ ଙ୍କର ପ୍ରଚେଷ୍ଟା , ଉତ୍ସାହ , ପ୍ରେରଣା ଓ ଭଞ୍ଜମାଟି କଳାକାର ମାନଙ୍କ ହୃଦୟରେ ସବୁଦିନ ସ୍ମରଣୀୟ ହୋଇ ରହିବେ ବୋଲି ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ କଳାକାର ମଞ୍ଚ, ପାଠାଗାର , ସ୍ବେଚ୍ଛାସେବୀ ସଂଗଠନ ଓ ଜିଲ୍ଲା ପାଠାଗାରା କୁ ଆସୁଥିବା ଯୁବକ ଯୁବତୀ ମାନେ ଯୋଗ ଦେଇଥିଲେ । ଅତିଥିଙ୍କ ଦ୍ଵାରା ସଂସ୍କୃତି ଅଧିକାରୀଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏଥି ସହିତ ବିଭିନ୍ନ ସଂଗଠନ ମାନେ ଉପହାର ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ବିଭାଗର ସହକର୍ମୀ ବୃନ୍ଦ ଯୋଗଦେଇଥିଲେ। ସର୍ବଶେଷରେ ପ୍ରଦୀପ କୁମାର ଦାସମହାପାତ୍ର ସଂକଳ୍ପ ର ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

