ଚକା ଆଖି ସବୁ ଦେଖୁଛି; ରଥଯାତ୍ରା ବିଳମ୍ବ ନେଇ ନବୀନଙ୍କ ଉଦବେଗ

ରାଜ୍ୟ

ଭୁବନେଶ୍ଵର: ରଥଯାତ୍ରା ପରିଚାଳନା ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ରଥଟଣା ବିଳମ୍ବକୁ ନେଇ ସେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି।

ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ଯେ, ନନ୍ଦିଘୋଷ ରଥ ଟାଣିବାରେ ଅତ୍ୟଧିକ ବିଳମ୍ବ ପାଇଁ ଆମେ ପ୍ରଶାସନକୁ ଆଙ୍ଗୁଳି ଦେଖାଉନୁ ବରଂ ଏଥିପାଇଁ ଆମେ ସମସ୍ତେ ଚିନ୍ତିତ ଅଛୁ। ବିଶ୍ଵପ୍ରସିଦ୍ଧ ତଥା ଆମ ରାଜ୍ୟର ସବୁଠାରୁ ପବିତ୍ର ପର୍ବ ରଥଯାତ୍ରା। ସେଥିପାଇଁ ସେ ଗମ୍ଭୀର ଚିନ୍ତିତ ଥିବା କହିଛନ୍ତି। ଗତବର୍ଷର ଆଡପ ବିଜେ ପହଣ୍ଡି ସମୟର ଅଘଟଣ ଭୁଲିବା କଷ୍ଟକର ବୋଲି ନବୀନ କହିଛନ୍ତି। କାଲି ସନ୍ଧ୍ୟା ୭ଟା ୪୫ ପର୍ଯ୍ୟନ୍ତ ସିଂହଦ୍ୱାରରେ ନନ୍ଦିଘୋଷ ରହିଥିଲା। ଦିନ ଶେଷ ହେବା ପୂର୍ବରୁ କେବଳ କିଛି ମିଟର ଆଗକୁ ବଢିଥିଲା। କାହିଁକି ଏତେ ବିଳମ୍ବ ହେଲା ବୋଲି ସେ କହିଛନ୍ତି।

ବିଶ୍ୱରୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତ ସମ୍ପୁର୍ଣ୍ଣ ଭାବରେ ହତାଶ ହୋଇଛନ୍ତି । କେବଳ ଏତିକି ନୁହେଁ ଦୁର୍ବଳ ଭିଡ ପରିଚାଳନା ଯୋଗୁଁ ଶହଶହ ଭକ୍ତ ମଧ୍ୟ ଆହତ ହୋଇଛନ୍ତି। ରଥଯାତ୍ରା ବିଳମ୍ବରେ ହେବା ଏବଂ ପରିଚାଳନା ସଠିକ ରୂପେ ନହେବାରୁ ନବୀନ ଚିନ୍ତିତ ଥିବା କହିଛନ୍ତି।

Shrutilipi ad