Img 20250627 wa0154

ଶତାୟୁ ପୁରୁଷ ରଘୁ ନନାଙ୍କ ଦେହାନ୍ତ 

ରାଜ୍ୟ
ବାରିପଦା  :  ଆଜି ଏହି ପବିତ୍ର ରଥଯାତ୍ରା ଦିନରେ ବାରିପଦା ସ୍ଥିତ ୧ ନଂ ୱାର୍ଡ ବୁଢ଼ୀଖମାରୀ ଶାସନର ଶତାୟୁ ପୁରୁଷ ରଘୁନାଥ ମିଶ୍ର ଙ୍କ ଦେହାନ୍ତ ଘଟିଅଛି । ସ୍ୱାଧୀନତା ପୂର୍ବରୁ ୧୯୨୪ ମସିହାରେ ଜନ୍ମଗ୍ରହଣ କରିଥିବା ରଘୁ ନନା ସକାଳ ପ୍ରାୟ ସାଢେ ୧୦ଟା ବେଳେ ନିଜ ବାସଗୃହରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।  ମୃତ୍ୟୁ ସମୟରେ ତାଙ୍କର ଏକ ମାତ୍ର ପୁତ୍ର ମଳୟ ମିଶ୍ର, ପାଞ୍ଚ ଝିଅ ସୁନନ୍ଦା, ମିନାକ୍ଷୀ, ମଞ୍ଜୁଳା, ସୁପ୍ରଭା ଓ ସସ୍ମିତା ସମତେ ନାତୁଣୀ, ନାତୁଣୀ ଜ୍ୱାଇଁ ଓ ଅଣ ନାତୁଣୀ ଉପସ୍ଥିତ ଥିଲେ ।
ରଘୁ ନନା ଜଣେ ମିଷ୍ଟଭାଷୀ, ପରୋପକାରୀ, ଧର୍ମପରାୟଣ ବ୍ୟକ୍ତି ଥିଲେ । ଜିଲ୍ଲା କୋଷାଗାରରେ ଏକାଉଣ୍ଟେଣ୍ଟ ଭାବେ ଚାକିରୀ କରି ଅବସର ନେବା ପରେ ବ୍ରାହ୍ମଣ ସମାଜର ସକ୍ରିୟ ସଦସ୍ୟ ଥିଲେ । ତତସହିତ ଜିଲ୍ଲା ବିଜେପି କୃଷକ ମଞ୍ଚର ସଭାପତି, ତଥା ବିଜେପି କିଷାନ ମୋର୍ଚ୍ଚାର ମଧ୍ୟ ରାଜ୍ୟ ଉପ ସଭାପତି ଥିଲେ । ମୃତ୍ୟୁ ଖବର ପାଇ ନଗରପାଳ କୃଷ୍ଣ।ନନ୍ଦ ମହାନ୍ତି, ବି ଜେ ପି ମୁଖପାତ୍ର କବି ବିଷ୍ଣୁ ଶତପଥି, ଆଇନଜୀବୀ ସ୍ୱରୂପାନନ୍ଦ କର, ୱାର୍ଡ କାଉନସିଲର ସୁକେଶିନୀ ସେଠି, ସମାଜସେବୀ ଅମର କୁମାର ସେଠି ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିବା ସହ  ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା ।
Shrutilipi ad