ତୁରନ୍ତ ସମାଧାନ ନହେଲେ ଆନ୍ଦୋଳନ କୁ ଓଲ୍ହାଇବାକୁ ସଂଘ ର ଚେତାବନୀ
ବାରିପଦା : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ସଂଘର ମୟୂରଭଞ୍ଜ ଶାଖା ତରଫରୁ ଏକ ଜରୁୀକାଳୀନ ବୈଠକ ଅନୁଷ୍ଠିତ ହୋଇଅଛି l ଏଥିରେ ଜିଲ୍ଲାର ସମସ୍ତ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ବିଡ଼ିଓ, ତହସିଲଦାର, ଡେପୁଟି ଜିଲ୍ଲାପାଳ ଓ ସହକାରୀ ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦାନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଗତକାଲି ନିଜର କର୍ତ୍ତବ୍ୟ ପାଳନ ସମୟରେ କୁଳିଅଣା ତହସିଲଦାରଙ୍କ ଉପରେ ହୋଇଥିବା ଆକ୍ରମଣକୁ ତୀବ୍ର ନିନ୍ଦା କରାଯିବା ସହ ଦୋଷୀ ଙ୍କ ବିରୋଧରେ ତୁରନ୍ତ କଡା ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହା ସହ ସମସ୍ତ ଅଧିକାରୀ କଳା ବ୍ୟାଜ ପିନ୍ଧିବା ସହ ଆସନ୍ତା କାଲିଠାରୁ ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ମାଜିଷ୍ଟ୍ରେଟ ଦାୟିତ୍ଵ ନିର୍ବାହ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।
ପ୍ରକାଶ ଥାଉ କି ଚଳିତ ଜୁନ ପଚିଶ ତାରିଖରେ କୁଳିଅଣା ରେ ଏକ ଜବରଦଖଲ ଉଚ୍ଛେଦ ସମୟରେ ପୋଲିସ ଉପସ୍ଥିତିରେ ତହସିଲଦାରଙ୍କୁ ସାମୁହିକ ଆକ୍ରମଣ ହୋଇଥିଲା। ଦିନକୁ ଦିନ ଏଭଳି ଘଟଣାମାନ ଘଟି ଚାଲିଥିବାରୁ ଅଧିକାରୀମାନଙ୍କ ମନୋବଳ ହ୍ରାସ ହେଉଛି। ତୁରନ୍ତ ଏହାର ସ୍ଥାୟୀ ସମାଧାନ ନହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ସଂଘ ଦୃଢ଼ ନିଷ୍ପତ୍ତି ନେଇଛି।

