Img 20250625 wa0158

ବଜ୍ରପାତରେ ମହିଳା ଚାଷୀ ମୃତ

ରାଜ୍ୟ
ବାରିପଦା: ତିରିଂ ଥାନା ଅଂଚଳରେ  ବଜ୍ରପାତରେ ଜଣେ ମହିଳା ଚାଷୀର ମୃତ୍ୟୁ ଘଟିଅଛି ।ମୟୂରଭଂଜ ଜିଲ୍ଲାର ତିରିଂ ଥାନା ଅନ୍ତର୍ଗତ ରେଙ୍ଗେଲବେଡା ଗ୍ରାମ ପଞ୍ଚାୟତର ଭଗାଵନ୍ଦି ଗ୍ରାମର ଜଣେ ମହିଳା ଚାଷୀ ଆଜି ବୁଧବାର ଅପରାହ୍ନ ୩ ଟା ବେଳେ ବିଲରେ ଚାଷ କାମ କରୁଥିବାବେଳେ ବଜ୍ରପାତ ଘଟିବାରୁ ଘଟଣାସ୍ଥଳରେ ଟଳି ପଡ଼ିଥିଲେ । ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣା ଯାଇଥିଲା ।ଡାକ୍ତର ମୃତ ଘୋଷଣା କରିଥିଲେ ।ମୃତ ମହିଳା ହେଲେ ଭଗାବନ୍ଦି ଗ୍ରାମର ରାମରାୟ ଟୁଡୁଙ୍କ ପତ୍ନୀ ଦୁଲାରୀ ଟୁଡୁ (୪୫) ।
  ସେହିଭଳି ତିରିଂ ବ୍ଳକ ସମ୍ମୁଖରେ ଚଡ଼କ ମାରିବାରୁ ଏକ ବଳଦର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଦୁଲାରୀ ଟୁଡୁଙ୍କ ମୃତ୍ୟୁରେ ସମାଜସେବୀ ପାର୍ଥ ସାରଥୀ ଷଡ଼ଙ୍ଗୀ ଶୋକ ପ୍ରକାଶ କରିବା ସହ ତୁରନ୍ତ ତାଙ୍କୁ ସରକାରୀ ସହାୟତା ମିଳିବା ଏବଂ ମୃତ ବଳଦର ମାଲିକକୁ  ସହାୟତା ପାଇଁ ଦାବି କରିଛନ୍ତି ।
Shrutilipi ad