ବାରିପଦା- ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି, ମହିଳା ଏଠି ଅସୁରକ୍ଷିତ ଥିଲା ବେଳେ, lovers Pointକୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଙ୍କ ମନ୍ତବ୍ୟ ପ୍ରତେକ ଓଡ଼ିଆକୁ ବ୍ଯଥିତ କରୁଛି..
ଗୋପାଳପୁର ଛାତ୍ର ଦୁଷ୍କର୍ମ ଓ ରାଜ୍ୟରେ ବଢୁଥିବା ମହିଳା ମାନଙ୍କ ପ୍ରତି ନିର୍ଯାତନା ପ୍ରତିବାଦରେ ଆସନ୍ତା କାଲି ମୟୂରଭଞ୍ଜ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଏକ ବିଶାଳ ଗଣ ବିକ୍ଷୋଭ ବାରିପଦା ମହାବିଦ୍ୟାଳୟ, ବାରିପଦା – 2 ଠାରେ ଆୟୋଜନ କରିବା ପରିପେକ୍ଷିରେ ଆଜି ବିଜୁ ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଅଛି l ଉକ୍ତ ବୈଠକରେ ଆସନ୍ତା କାଲି ଏ ବିକ୍ଷୋଭକୁ ସଫଳ କରିବା ସହିତ ଛାତ୍ର ମାନଙ୍କ ମଧ୍ୟରେ ଏକତା ଭାବ ପ୍ରତିଷ୍ଠା କରିବା ପାଇଁ ଆଲୋଚନା କରାଯାଇଥିଲା l ଆଗାମୀ ଦିନରେ ଏ ଛାତ୍ର ଆନ୍ଦଳନ ଏକ ବିଶାଳ ଗଣ ଆନ୍ଦୋଳନରେ ପରିଣତ ହେବ ବଲି ଛାତ୍ର ନେତା ମାନେ ମନ୍ତବ୍ୟ ଦେଇଥିଲେ l ଆସନ୍ତା କାଲି ଏହି ବିକ୍ଷୋଭ ସମାବେଶରେ ବହୁ ସଂଖ୍ଯାରେ ଛାତ୍ର ଛାତ୍ରୀ ନିର୍ଭୀକତା ସହିତ ଯୋଗ ଦେବା ପାଇଁ ଆହ୍ଵାନ କରାଯାଇଅଛି l

