ଆଗରପଡ଼ା :ସୋମବାର ବନ୍ତ ବ୍ଳକରେ ଜିଲ୍ଲାପାଳଙ୍କ ଦ୍ୱାରା ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦିଲୀପ ରାଉତରାୟ ଉକ୍ତ ଶିବିରରେ ଯୋଗ ଦେଇ ସମୁଦାୟ ୧୦୦ଟି ଅଭିଯୋଗ ଶୁଣିଥିଲେ । ଉକ୍ତ ଶିବିରରେ ଜିଲ୍ଲାପାଳଙ୍କ ସମେତ ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ,ଜିଲ୍ଲା ମୁଖ୍ୟ ଗ୍ରାମ୍ୟ ଉନ୍ନୟନ ଅଧିକାରୀ ସୁରେନ୍ଦ୍ର ସାମଲ,ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ,ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତିୀ,ବିଡ଼ିଓ ସିତାକାନ୍ତ ରାଉତ,ତହସିଲଦାର ସାର ହେମ୍ବ୍ରମ,ବନ୍ତ ଥାନାଧିକାରିଣୀ ମୋନାଲିସା କର,ବ୍ଲକ ଅଧ୍ୟକ୍ଷ ମନୋରଜଂନ ଘଡ଼େଇ ପ୍ରମୁଖ ଯୋଗ ଦେଇଥିଲେ । ଭଦ୍ରକ ଜିଲ୍ଲାସ୍ତରୀୟ ଓ ବନ୍ତ ବ୍ଲକ ସ୍ତରୀୟ ଅଧିକାରୀ ଶିବିରରେ ଉପସ୍ଥିତ ରହି ଜନଶୁଣାଣିରେ ବିଭିନ୍ନ ବିଭାଗୀୟ ଅଭିଯୋଗ ସମାଧାନ ନିମନ୍ତେ ଆବଶ୍ୟକ ତଥ୍ୟ ଜିଲ୍ଲାପାଳଙ୍କ ନିକଟରେ ଉପସ୍ଥାପନା କରିଥିଲେ ।

