ବାରିପଦା – ସ୍ଥାନୀୟ ବାରିପଦା କ୍ଲବ ପରିସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ଅଫିସ, ବାରିପଦାର ବାର୍ଷିକ ଦିବସ ପାଳନ ଅବସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବ୍ୟାଙ୍କର ଆଞ୍ଚଳିକ ମ୍ୟାନେଜର ସୁବାଶିଷ ମିଶ୍ର ଓ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡଃ କିଶୋର କୁମାର ଆଚାର୍ଯ୍ୟ ମିଳିତ ଭାବେ ଏହି ଶିବିରକୁ ଉଦଘାଟନ କରିଥିଲେ I ଜିଲ୍ଲା ମେଡିକାଲ ଅଫିସର ଡଃ ବିଜୟ କୁମାର ଦାସ ଓ ରକ୍ତ ଭଣ୍ଡାର ଅଧିକରୀ ଡଃ ସୌମ୍ୟରଞ୍ଜନ ନାୟକଙ୍କ ତତ୍ୱାବଧାନରେ ରକ୍ତ ସଂଗ୍ରହ କରାଯାଇଥିଲା I ଉକ୍ତ ଶିବିରରେ ମୋଟ ୧୧୩ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା I ସେଥିରୁ ବାରିପଦା କ୍ୟାମ୍ପରେ ୫୭ ୟୁନିଟ ଓ ଉଦଳା, କପ୍ତିପଦା କ୍ୟାମ୍ପରେ ୫୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା I ଶିବାନୀ ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରକୁ ପରିଚାଳନା କରିବାରେ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀ ସଞ୍ଜୟ କୁମାର ପଟ୍ଟନାୟକ ଓ ସମସସେବୀ ଅମର କୁମାର ସେଠି ତଥା ଶିବାନୀ ନାୟକ, ଗ୍ଲୋରୀ ଟୁଡୁ, ସଞ୍ଜ ସୁଭଦ୍ରା ମୁର୍ମୁ ଓ ସଞ୍ଜୟ ମହାନ୍ତି ଏବଂ କ୍ଲବ କର୍ମଚାରୀ ସହଯୋଗ କରିଥିଲେ I ରକ୍ତ ଭଣ୍ଡାରର ପୁଣ୍ଡରିକାକ୍ଷା ଦାସ, ରୁଚିକା ଖୁରାନା, ପାର୍ଥସାରଥି ମହାନ୍ତ, ଶକୁନ୍ତଳା ମହାନ୍ତ ଓ ସଂସିତା ମହାକୁଡ଼ ରକ୍ତ ସଂଗ୍ରହ କରିଥିଲେ I ସମସ୍ତ ରକ୍ତଦାତାଙ୍କୁମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା I

