ଆଗରପଡ଼ା :କାଦୁଅ, ପଥର, ଫାଇବର ଆଦିରେ ମୂର୍ତ୍ତି ଅବା ପ୍ରତିମୂର୍ତ୍ତିମାନ ନିର୍ମାଣ ହେଉଥିବା ବେଳେ ସୁରେନ୍ଦ୍ର ମାଝୀ(୪୨) ସିମେଣ୍ଟସାହାଯ୍ୟରେ ମୂର୍ତ୍ତି, ପ୍ରତିମୂର୍ତ୍ତିମାନ ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି । ଏଥିପାଇଁ ସେ କୌଣସି ପ୍ରଶିକ୍ଷଣ ନେଇ ନାହାଁନ୍ତି । ବାପା କୃଷ୍ଣଚନ୍ଦ୍ର ଜଣେ କାଦୁଅରେ ଗଢ଼ୁଥିବା ମୂର୍ତ୍ତି ଶିଳ୍ପୀ ହୋଇଥିବାରୁ ଏହି କାର୍ଯ୍ୟରେ ତାଙ୍କୁ ସୁରେନ୍ଦ୍ର ସାହାଯ୍ୟ କରୁକରୁ ସେ ଅଳ୍ପ ବୟସରେ ଆଜି ଜଣେ ନାମକରା ସିମେଣ୍ଟ ପ୍ରତିମୂର୍ତ୍ତି ଶିଳ୍ପୀ ଭାବେ ପରିଚୟ ସୃଷ୍ଟି କରିଛନ୍ତି । ଆଗରପଡ଼ାସ୍ଥିତ ବରହମପୁର ଗ୍ରାମରେ ସୁରେନ୍ଦ୍ରଙ୍କ ଘର ।
ଏହି କାର୍ଯ୍ୟରେ ତାଙ୍କୁ ତାଙ୍କ ସ୍ତ୍ରୀ କମଳା ଓ ଯୁକ୍ତ ଦୁଇ ଶ୍ରେଣୀରେ ପଢ଼ୁଥିବା ପୁଅ ଚିତ୍ତରଞ୍ଜନ ସାହାଯ୍ୟ କରିଥାନ୍ତି । ସେ ଅବିକଳ,ଆକର୍ଷଣୀୟ ପ୍ରତିମୂର୍ତ୍ତିମାନ ନିର୍ମାଣ କରୁଥିବାରୁ ଦୂର ଦୂରାନ୍ତରୁ ଲୋକେ ଆସି ନିଜ ପାଇଁ ଅର୍ଡ଼ର ଦେଉଛନ୍ତି । ଅଳ୍ପଦିନ ମଧ୍ୟରେ ସେ ଶତାଧିକ ପ୍ରତିମୂର୍ତ୍ତି ମାନ ନିର୍ମାଣ କରିଛନ୍ତି ।

