Img 20250621 wa0266

ପାହାଡ଼ ପୁର ଗ୍ରାମରେ ଏସ ଏଲ ସି ଟ୍ରଷ୍ଟ ତରଫରୁ ମହାମହିମ ରାଷ୍ଟ୍ରପତିଙ୍କ ୬୮ ତମ ଜନ୍ମ ଦିବସ ମହାସମାରୋହରେ ପାଳିତ

ରାଜ୍ୟ
ବାରିପଦା- ଆଜି ଯୋଗଜନ୍ମା,ଆଦିବାସୀଙ୍କ ଆଇକନ , ସଂଘର୍ଷ ଓ ସଫଳତାର ବ୍ୟକ୍ତିତ୍ବ, ଭାରତର ୧୫ ତମ ରାଷ୍ଟ୍ରପତି,  ଜନଜାତି ମାଟିର ମସିହା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ୬୮ ତମ ଜନ୍ମ ଦିନ ।ଏହି ଅବସରରେ ତାଙ୍କର ମାନସ ସନ୍ତାନ ତଥା ତାଙ୍କ ଶଶୁର ଘର ଗ୍ରାମ ମୟୂରଭଂଜ ଜିଲ୍ଲାର କୁସୁମି ବ୍ଳକର ପାହାଡ଼ପୁର ଗ୍ରାମରେ ପ୍ରତିଷ୍ଠା ହୋଇଥିବା ଏସ ଏଲ ସି ଟ୍ରଷ୍ଟ, ଏସ ଏବଂ ସିଂ ମେମୋରିଆଲ ଆବାସିକ ବିଦ୍ୟାଳୟ,ଗ୍ରାମବାସୀ, ଇଣ୍ଡିଆନ ରେଡକ୍ରସ ,ମାନ୍ୟଗଣ୍ୟ ଵ୍ଯକ୍ତି,ଜନପ୍ରତିନିଧିଙ୍କ  ତରଫରୁ ଧୁମଧାମରେ  ଟ୍ରଷ୍ଟର ବରିଷ୍ଠ ସଦସ୍ୟ ମୁନା ପ୍ରତିହାରୀଙ୍କ ପ୍ରତ୍ଯକ୍ଷତତ୍ବାଵଧାନରେ  ଶୁକ୍ରବାର ଦିନ ପାଳିତ ହୋଇଯାଇଛି ।  ୨୫ ଜୁଲାଇ ୨୦୨୨ ରେ ନୁଆଁଣିଆ ଚାଳ ଛପର ଖପରା ଘରୁ  ରାଇସିନା ହିଲରେ ପ୍ରବେଶ କରିଥିଲେ ,ଯାହାକି ଓଡ଼ିଶା ଏବଂ ଭାରତ ପାଇଁ ଏକ ଐତିହାସିକ ଦିନ ।ଭାରତ ଇତିହାସରେ ସ୍ବର୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଥିବ । ତାଙ୍କର ଜୀବନ ସର୍ବଦା ଶିକ୍ଷା ଦିଏ ଇଛାଶକ୍ତି, ଦୃଢ଼ ମନୋବଳ,କଠିନ ପରିଶ୍ରମ,ଧୈର୍ଯ୍ୟ,ଈଶ୍ବର ଭକ୍ତି,ସମସ୍ତଙ୍କୁ ଭଲ ପାଇବା,ସଂଘର୍ଷ ର ଫଳ ବିଳମ୍ବରେ ହେଲେ ମଧ୍ୟ ମଧୁର ଓ ସଫଳତା ଛୁଇଁ ଥାଏ ।ସମସ୍ତେ ଦୁଃସମୟ ଓ ପ୍ରତିକୂଳ ପରିସ୍ଥିତି ସହ ସାମନା ସାମନି ହେବା ଉଚିତ ।ତାଙ୍କର ଜୀବନ ଗାଥା,ଓଡ଼ିଶା ଓ ଦେଶର ମାତୃଶକ୍ତି ଏବଂ ଯୁବପିଢି ପାଇଁ ପ୍ରେରଣା ହୋଇ ରହିବ ।
ସେହି ମହାନ୍ ମହିୟସୀ ନାରୀଙ୍କ ଜନ୍ମ ଦିନ  ଏସ ଏଲ ସି  ମେମୋରିଆଲ ଆବାସିକ ବିଦ୍ୟାଳୟ ପରିସରରେ  ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ଉପଖଣ୍ଡ ପ୍ରଶାସନ ତରଫରୁ  ସହକାରୀ ଜିଲ୍ଲାପାଳ‌  ସୁଧାକର  ସେଠୀ ଯୋଗ ଦେଇଥିବାବେଳେ ଇଣ୍ଡିଆନ‌ରେଡକ୍ରସ ତରଫରୁ ସୁବୋଧ କୁମାର ଯୋଗ ଦେଇଥିଲେ ।ପ୍ରାରମ୍ଭରେ ବିଦ୍ୟାଳୟ ପରିସରରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ସ୍ବାମୀ ଶ୍ୟାମ ଚର୍ମ ମୁର୍ମୁ,ପୁଅ ଲକ୍ଷ୍ମଣ ଏବଂ ସିପୁନ ସମାଧି ପୀଠରେ ପୁଷ୍ପମାଲ୍ୟ ଦିଆଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।ଇଣ୍ଡିଆନ ରେଡକ୍ରସ ତରଫରୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠିର ସଦସ୍ୟା ମାନଙ୍କୁ ରୋଷେଇ ସାମଗ୍ରୀ ସଂରକ୍ଷଣ, ବର୍ଷା ବିତ୍ପାତ ରୁ ରକ୍ଷାପାଇଁ ଯୋଗ୍ୟ ହିତାଧିକାରୀ ମାନଙ୍କୁ ପୋଲିଥିନ, କୁସୁମି ବ୍ଳକର୭/୮ ଟି ଗ୍ରାମ ଏବଂ ରାଇରଙ୍ଗପୁର‌ ବ୍ଳକର ସାନପାଖଣା ପଞ୍ଚାୟତର  ଚାଷୀମାନଙ୍କୁ ଛତୁ ମଞ୍ଜି ବଣ୍ଟନ,ପରିବା ବିହନ,୫୦୦୦ ରୁ ଉର୍ଦ୍ଧ ଫଳଚାରା ବଣ୍ଟନ ବ୍ୟବସ୍ଥା କରାଯାଇଥିଲା । ମହିଳାମାନଙ୍କୁ ସଶକ୍ତ  ଓ ଆତ୍ମ ନିର୍ଭରଶୀଳ କରାଇବା ପାଇଁ ଶତ ପ୍ରତିଶତ ଚେଷ୍ଟା କରାଯାଉଛି ।ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଉପକରଣ ଦିଆଯାଇଥିଲା ।ପିଲାମାନେ ହସଖୁସିରେ ନାଚଗୀତରେ ମସଗୁଲ ହୋଇଥିଲେ ।ଆଦିବାସୀ କଳାକାରମାନେ ସେମାନଙ୍କ ପାରଂପାରିକ ପୋଷାକ ପିନ୍ଧି ଢୋଲ,ଧୂମଷା,ମାଦଲ ବଜାଇ ନୃତ୍ୟ କରି ଜନ୍ମ ଦିନକୁ ହର୍ଷ ଉଲ୍ଲାସରେ ପାଳନ କରିଥିଲେ ।ସମଗ୍ର ପାହାଡ଼ ପୁର ଗ୍ରାମ ଉତ୍ସବ ମୁଖର ହୋଇ ଉଠିଥିଲା ।ରାଷ୍ଟ୍ରପତିଙ୍କ ଜନ୍ମଦିନ ମହାସମାରୋହରେ ଶୃଙ୍ଖଳିତ ଭାବେ ସଂପନ୍ନ ହେବା ଏବଂ ସମସ୍ତ ଅଂଚଳବାସୀ ପୁର୍ଣ ଅକୁଣ୍ଠ ସହଯୋଗ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।
Shrutilipi ad