Photo2 for the news of yoga divas

ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ରାଜ୍ୟ

ଆଗରପଡ଼ା : ବନ୍ତ ବ୍ଲକ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ବିଡିଓ ସୀତାକାନ୍ତ ରାଉତ ଏହାକୁ ଉଦ୍‌ଘାଟନ ଏହି ଦିବସର ତାତ୍ପର୍ଯ୍ୟ ସଂପର୍କରେ କହିଥିଲେ । ପ୍ରଶିକ୍ଷିକା ଲିପାରାଣୀ ପଣ୍ଡା ମହିଳା ସ୍ୱୟଂ ସହାୟିକା ସଦସ୍ୟା ମାନଙ୍କୁ ଯୋଗଶିକ୍ଷା ଦେଇଥିଲେ । ଏଥିରେ ବ୍ଳକ ଅଧ୍ୟକ୍ଷ ମନୋରଜଂନ ଘଡ଼େଇଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଅନୁରୂପ ଭାବେ ବନ୍ତ ଆଂଚଳିକ ମହାବିଦ୍ୟାଳୟରେ ଅଧ୍ୟକ୍ଷା ମନୋରମା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରକୁ ଅଧ୍ୟାପକ ରତିକାନ୍ତ ଜେନା ଉଦ୍‌ଘାଟନ କରିଥିଲେ । ଯୋଗଗୁରୁ ଗଣେଶ ତିଆଡ଼ି ଯୋଗ ଶିକ୍ଷା ଦେଇଥିଲେ । ଏନ୍‌ଏସ୍‌ଏସ୍ ସଂଯୋଜକ ରାଜେଶ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Photo1 for the news of yogadivas

Shrutilipi ad