Photo for the news of baraputra aeityaha gramya

ଆଗରପଡ଼ାକୁ ବରପୁତ୍ର ଐତିହ୍ୟ ଗ୍ରାମ ମାନ୍ୟତା

ରାଜ୍ୟ

ଆଗରପଡ଼ା :ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରାକ୍ତନ ମୁଖ୍ୟମଂତ୍ରୀ ଉତ୍କଳକେଶରୀ ଡ.ହରେକୃଷ୍ଣ ମହତାବଙ୍କ ଜନ୍ମସ୍ଥାନ ଆଗରପଡ଼ାକୁ ବରପୁତ୍ର ଐତିହ୍ୟ ଗ୍ରାମ ଭାବେ ପ୍ରଧାନମଂତ୍ରୀ ନରେନ୍ଦ୍ର ମୋଦୀ ଭିସି ମାଧ୍ୟମରେ ଘୋଷଣା କରିଛନ୍ତି ।ଏହି ଉପଲକ୍ଷେ ସ୍ଥାନୀୟ ଡାଏଟ ନିକଟରେ ଏକ ଉତ୍ସବର ଆୟୋଜନ ହୋଇଥିଲା । ଜିଲ୍ଲାପାଳ ,ଅତିରିକ୍ତ ଜିଲ୍ଲାପାଳ, ବିଡିଓ, ତହସିଲଦାର ପ୍ରମୁଖ ପ୍ରଶାସନିକ ଅଧିକାରୀମାନଙ୍କ ସହ ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ଆଡ଼ଭୋକେଟ ମନୋଜ ରାୟ, ବିଜେପି ନେତା ସୁଧାଂଶୁ ଶେଖର ନାୟକ, ତପନ ସିଂହ, ଅନିରୁଦ୍ଧ ସିଂହ,ମଣ୍ଡଳ ସଭାପତି ଅମୂଲ୍ୟରତ୍ନ ନନ୍ଦ, ସରପଞ୍ଚ ପ୍ରକାଶ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବରୁ ମଧ୍ୟ ଆଗରପଡ଼ାରେ ପ୍ରାୟ ୪୦କୋଟି ଟଙ୍କା ବ୍ୟୟରେ ମହତାବ ସ୍ମାରକୀ ନିର୍ମାଣ ପାଇଁ ମୁଖ୍ୟମଂତ୍ରୀ ଆଭାସି ମାଧ୍ୟମରେ ଶିଳାନ୍ୟାସ କରିଛନ୍ତି ।

Shrutilipi ad