ବାରିପଦା – ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ୱାର୍ଡ଼ ନଂ୯,ମଧୁବନ, ବାରିପଦା ଆନୁକୁଲ୍ୟରେ ଆଶ୍ରୟସ୍ଥଳୀ ସ୍ତରୀୟ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ଓ ପରିଚାଳନା ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ମୟୂରଭଞ୍ଜ ଓ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ , ଭୁବନେଶ୍ଵର ଙ୍କ ସୌଜନ୍ୟରେ ଆୟୋଜିତ କାର୍ଯ୍ୟକ୍ରମକୁ ପୌରପରିଷଦ, ବାରିପଦା,ଆଶ୍ରୟସ୍ଥଳୀ ରକ୍ଷଣ ବେକ୍ଷଣ ଓ ପରିଚାଳନା ସମିତି ମଧୁବନ ୱାର୍ଡ଼ ନଂ୯ ଓ ସ୍ପାର୍ଡ଼ା ସ୍ଵେଚ୍ଛାସେବୀ ଅନୁଷ୍ଠାନ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।ଆଶ୍ରୟସ୍ଥଳୀର ସମ୍ପାଦକ ଶ୍ରୀ ବିକ୍ରମ କେଶରୀ ଜେନାଙ୍କ ପୌରହିତ୍ୟରେ ଆୟୋଜିତ ସାଧାରଣ ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଭାରତୀ ହଁ।ସଦା , ମୁଖ୍ୟ ବକ୍ତା ଭାବେ ବାରିପଦା ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦେବୀ ପ୍ରସାଦ ରାଉତ, ଜରୁରିକାଳୀନ ଅଧିକାରୀ ଶ୍ରୀମତୀ ଶ୍ରଦ୍ଧା ସୁମନ, ସ୍ପାର୍ଡ଼ା ସ୍ବଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ଶ୍ରୀ ବିବେକାନନ୍ଦ ପଟ୍ଟନାୟକ , ODRAF ର ଅରୁଣ କୁମାର ମହାନ୍ତ ,ଅବସରପ୍ରାପ୍ତ ଅଧକ୍ଷ ଡ.କୁଞ୍ଜବନ ପୃଷ୍ଟି , ୱାର୍ଡ ନଂ୮ର କାଉନସିଲର ଶ୍ରୀମତୀ ମୁର୍ଚ୍ଚନା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏକ Dummy message ବାଲେଶ୍ଵର ଜିଲା ଚାନ୍ଦିପୁର ନିକଟରେ ଲଯୁଚାପ ସୃଷ୍ଟି ହୋଇ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି ତାହାରି ଉପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା l ଲୋକ ମାନେ ସାପ କାମୁଡ଼ା ଓ ବଜ୍ର ପାତ ସମୟରେ କିଭଳି ଭାବେ ସଚେତନ ରହିବେ ସେ ସମ୍ପର୍କରେ ODRAF ତରଫରୁ ତାଲିମ ଦିଆ ଯାଇଥିଲା । ଉକ୍ତ ବୈଠକରେ ଆଶ୍ରୟସ୍ଥଳୀର ସଭ୍ୟ ଡ.ଯୋଗେନ୍ଦ୍ର ନାଥ ପଣ୍ଡା , ରଘୁନାଥ ପଣ୍ଡା, ବସନ୍ତ କୁମାର ଦାସ,ଇଶ୍ଵର ଚନ୍ଦ୍ର ଦାସ, ସୁବୋଧ କୁମାର ପଲେଇ, ପାର୍ବତୀ ମୁଣ୍ଡା, ଜ୍ୟୋତ୍ସ୍ନରାଣୀ ଜେନା, ସତ୍ୟଭାମା ସାହୁ , ପବିତ୍ର ସାମଲ ଏବଂ ଭିନ୍ନକ୍ଷମ ପତିନିଧି ,ଅଜୟ କୁମାର ବାରିକ, ସ୍ପର୍ଡା ର ମୋହନ ମୁର୍ମୁ ତଥା ବିଭିନ୍ନ ଶ୍ରେଣୀର ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ଡ.କୁଞ୍ଜବନ ପୃଷ୍ଟି ଧନ୍ୟବାଦ ପ୍ରଦାନ କରିଥିଲେ।

