ଆଗରପଡ଼ା :ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଉତ୍କଳକେଶରୀ ଡ.ହରେକୃଷ୍ଣ ମହତାବଙ୍କ ଜନ୍ମସ୍ଥାନ ଆଗରପଡ଼ାକୁ ବୀରପୁତ୍ର ଐତିହ୍ୟ ଗ୍ରାମ ଭାବେ ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିସି ମାଧ୍ୟମରେ ଘୋଷଣା କରିବେ ବୋଲି ବିଡିଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ଼ି । ଆଗରପଡ଼ାରେ ପ୍ରାୟ ୪୦କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ମହତାବ ସ୍ମାରକୀ (ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି)ଚିହ୍ନଟ ହୋଇଥିବା ସ୍ଥାନରେ ବୁଧବାର ବିଡିଓ ସୀତାକାନ୍ତ ରାଉତ ଏହି ସ୍ଥାନରେ ପହଁଚି ଅନୁଧ୍ୟାନ କରିଛନ୍ତି । ସେଦିନ ପ୍ରଧାନମନ୍ତ୍ରୀଙ୍କ ଆଭାସି ବାର୍ତ୍ତା ଲୋକମାନେ ଶୁଣିବେ ଓ ପ୍ରଧାନମନ୍ତ୍ରୀଙ୍କ ସଙ୍ଗେ କଥା ହେବାର କାର୍ଯ୍ୟକ୍ରମ ରହିଛି । ବିଡିଓଙ୍କ କ୍ଷେତ୍ର ଅନୁଧ୍ୟାନ ସମୟରେ ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ଜିଲ୍ଲା ଇ-ଗଭର୍ଣ୍ଣାସ ମ୍ୟାନେଜର ବିଜୟାନନ୍ଦ କର, ବ୍ଲକ ସହକାରୀ ଯନ୍ତ୍ରୀ ଶ୍ରଦ୍ଧା ସୁମନ,ବିଜେପି ଡ.ମହତାବ ମଣ୍ଡଳ ସଭାପତି ଅମୂଲ୍ୟରତ୍ନ ନନ୍ଦ, ଗୋପାଳକୃଷ୍ଣ ଦାଶ,ଚିନ୍ମୟ ମହାପାତ୍ର, ଅଶୋକ ପରିଡ଼ା,ବସନ୍ତ ପତି ପ୍ରମୁଖ ଉପସ୍ଥିତ ଥିଲେ ।

