Img 20250617 wa0186

ବାରିପଦା ଠାରେ ଫଟୋଗ୍ରାଫି କର୍ମଶାଳା ଅନୁଷ୍ଠିତ

ରାଜ୍ୟ
ବାରିପଦା – କେନନ ଇଣ୍ଡିଆ, ଓଡିଶା ଡିଭିଜନର ଓ ମୟୁରଭଞ୍ଜ ଫଟୋଗ୍ରାଫି ଭିଡ଼ିଓ ଗ୍ରାଫି ଏସୋସିଏସନ ର ମିଳିତ ଆନୁକୂଲ୍ୟରେ ଆଜି ବାରିପଦା ଷ୍ଟାଡିୟମ କନଫରେନ୍ସ  ହଲ ରେ ଏକ ଅତ୍ୟାଧୁନିକ ଫଟୋଗ୍ରାଫି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l MPVA ର ସଭାପତି ସଂଜୀବ କୁମାର ଦ୍ୱେବେଦୀ ଏହାକୁ ଔପଚାରିକ ଭାବେ ଉଦଘାଟନ କରିଥିବା ବେଳେ କେନନ ଓଡିଶା ଶାଖାର କିଶୋର ଲେଙ୍କା, ମଜିବୁର ରେହେମନ ଓ କମ୍ପାନୀ ମେଣ୍ଟର ଲଳିତ ରୋହି ଦାସ ଉପସ୍ଥିତ ଥିଲେ  I ଅନୁଷ୍ଠିତ ଉକ୍ତ କର୍ମଶାଳାରେ ବର୍ତ୍ତମାନ ସମୟରେ ଚାଲୁଥିବା AI ର ଯୁଗ କେନନ କମ୍ପାନୀ ତାର ଅତ୍ୟାଧୁନିକ ଟେକ୍ନଲୋଜି ର ଜ୍ଞାନ କୌଶଳ କୁ ପ୍ରାଞ୍ଜଳ ଭାବେ ପ୍ରଶିକ୍ଷଣ ଦେଇଥିଲା l ଉକ୍ତ କର୍ମଶାଳାରେ ଶତାଧିକ ଫଟୋଗ୍ରାଫର ଯୋଗ ଦେଇ ଜ୍ଞାନ କୌଶଳକୁ ଆରୋହଣ କରିଥିଲେ l
Shrutilipi ad