Photo for the news of plastic awarness

ପୋଲିସ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ସଚେତନତା

ରାଜ୍ୟ

ଆଗରପଡ଼ା :ବନ୍ତ ଥାନା ଅଧିନ ଅଢାଳପଙ୍କ ବଜାରରେ ପ୍ଲାଷ୍ଟିକ ମୁକ୍ତ ନେଇ ସ୍ଥାନୀୟ ବ୍ୟବସାୟୀ ମାନଙ୍କୁ ବନ୍ତ ପୋଲିସ ସଚେତନ କରାଇଥିବା ଜଣାପଡ଼ିଛି । ସ୍ଥାନୀୟ ବିଦ୍ୟାଳୟକୁ ଲାଗି ନିକଟରେ ଥିବା ଦୋକାନରୁ ବାହାରୁ ଥିବା ପ୍ଲାଷ୍ଟିକ ଗୁଡ଼ିକ ବିଦ୍ୟାଳୟ ପାଚେରୀ ନିକଟରେ ପଡ଼ି ରହି ବିଭିନ୍ନ ରୋଗ ବ୍ୟାପୁଥିବା ଆଶଙ୍କା କରାଯାଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ବନ୍ତ ଥାନାଧିକାରିଣୀ ମୋନାଲିସା କରଙ୍କ ନିର୍ଦ୍ଦେଶ କ୍ରମେ ଏଏସ୍‌ଆଇ ସଂଗ୍ରାମ କେଶରୀ କର ଦୋକାନୀ ମାନଙ୍କୁ ପ୍ଲାଷ୍ଟିକ ମୁକ୍ତ କରାଇବା ନେଇ ସଚେତନ କରିବା ସହ ପ୍ଲାଷ୍ଟିକ ଗୁଡ଼ିକୁ ପୋଡ଼ି ନଷ୍ଟ କରିବାକୁ ଅବଗତ କରିଥିବା ଦେଖିବାକୁ ମିଳିଛି ।

Shrutilipi ad