ବାରିପଦା – ମୟୂରଭଞ୍ଜ ଜଳସେଚନ ବିଭାଜନ, ବାରିପଦା ଅଧୀନରେ ଥିବା ତିନି ଗୋଟି ମଧ୍ୟମ ଜଳସେଚନ ପ୍ରକ୍ଳପ ଯଥା ବାଲିଡ଼ିହା, କାଳ ଓ ସୁନେଇ ଜଳସେଚନ ପ୍ରକଳ୍ପ ଗୁଡିକର ରକ୍ଷଣାବେକ୍ଷଣ ଓ ଉନ୍ନତ୍ତିକରଣ, ତତସହିତ ବାରିପଦା ଓ କପ୍ତିପଦା ଉପଖଣ୍ଡ ଅଧିନସ୍ଥ ନଦୀ ଗୁଡିକରେ ବନ୍ୟା ଦ୍ଵାରା ଅବକ୍ଷୟ ଘଟୁଥିବା ଆଡିବନ୍ଧ ର ମରାମତି କାର୍ଯ୍ୟ ହାତକୁ ନିଆଯାଇଥାଏ I
କୃଷି କ୍ଷେତ୍ରରେ ଉକ୍ତ ବିଭାଜନ ଦ୍ଵାରା କାଳ ଓ ସୁନେଇ ପ୍ରକଳ୍ପ ମାଧ୍ୟମରେ କପ୍ତିପଦା ବ୍ଲକ ର ୬୬୩୮.୧୮ ହେକ୍ଟର, ଉଦଳI ବ୍ଲକ ର ୫୫୦୯.୫୧ ହେକ୍ଟର , ଗୋପବନ୍ଧୁନଗର ବ୍ଲକର ୫୭୫.୩୯ ହେକ୍ଟର ଏବଂ ବାଲେଶ୍ଵର ଜିଲ୍ଲା ଅନ୍ତର୍ଭୁକ୍ତ ନିଳଗିରି ବ୍ଲକର ୨୦୦୫.୧୫ ହେକ୍ଟର ଚାଷ ଜମିକୁ ପIଣି ଯୋଗାଇ ୪୩୯୮୯ ଜଣ ଚାଷୀ ଙ୍କର ମେରୁଦଣ୍ଡ ସୁଦୃଢ କରିବା ସହ ସରକାରଙ୍କର ଲକ୍ଷ୍ୟକୁ ସଫଳIୟନ କରIଯାଇଛି । ସେହି ଭଳି ବାଲିଡ଼ିହା ଦିଗପରିବର୍ତନ କାରୀ ବନ୍ଧ ଶାମାଖୁଣ୍ଟା ବ୍ଲକ ଅଧୀନସ୍ଥ ୩୮୩୨ ହେକ୍ଟର ଜମିକୁ ପIଣି ଯୋଗାଇ ୯୭୧୮ ଜଣ ଚାଷୀଙ୍କୁ ଉପକୃତ କରିପାରିଛି । ସରକାରଙ୍କ ଅଧିନିୟମ ଅନୁଯାଇ ତିନି ଗୋଟି ଜଳସେଚନ ପ୍ରକଳ୍ପ ଅଧୀନ ରେ ସମୁଦାୟ ୩୬ ଗୋଟି ପାଣିପଞ୍ଚାୟତ ଗଠନ କରାଯାଇ ସେମାନଙ୍କର ସମ୍ପୂର୍ଣ ସହଯୋଗରେ ଚାଷୀ ମାନଙ୍କୁ ସୁଚାରୁରୂପେ ଜଳ ଯୋଗାଇ ଦିଆଯାଉଛି I ପୁରାତନ ବନ୍ଧ ଓ କେନାଲ ହୋଇଥିବାରୁ ଅବକ୍ଷୟ ହୋଇଥିବା ଷ୍ଟ୍ରକ୍ଚର ଏବଂ କେନାଲ ଗୁଡିକର ବାର୍ଷିକ ଅନୁଦାନକୁ ଧ୍ୟାନରେ ରଖି ପ୍ରାଥମିକତା ଦୃଷ୍ଟିରେ ୨୦୨୪-୨୫ ଆର୍ଥିକ ବର୍ଷରେ କେନାଲ ଗୁଡିକର ରକ୍ଷଣାବେକ୍ଷଣ ଓ ଉନ୍ନତିକରଣ ପାଇଁ ୭୩ ଗୋଟି କାର୍ଯ୍ୟ, ଚାଷୀ ତଥା ଜନସାଧାରଣ ଙ୍କ ଗମନାଗମନ ନିମନ୍ତେ ୭ ରାସ୍ତାର ଉନତ୍ତିକରଣ କାର୍ଯ୍ୟ ହାତକୁ ନିଆଯାଇ ସଫଳ ରୂପେ ସମ୍ପାଦନ କରାଯାଇଅଛି ।
ମୟୂରଭଞ୍ଜ ଜଳସେଚନ ବିଭାଜନ ଅଧୀନରେ ମୁଖ୍ୟତଃ ବୁଢାବଳଙ୍ଗ, ସୁବର୍ଣରେଖା, ଗଙ୍ଗାହାର, ନାଲୁହା ଏବଂ ସୋନ ନଦୀ ଗୁଡିକରେ ବନ୍ୟାଦ୍ଵାରା ଅବକ୍ଷୟ ଘଟୁଥିବା ଆଡିବନ୍ଧର ସୁରକ୍ଷ୍I ନିମନ୍ତେ ପ୍ରାଥମିକତା ଦୃଷ୍ଟିରେ ପ୍ରତିବର୍ଷ ବାର୍ଷିକ ଅନୁଦାନ କୁ ଲକ୍ଷ୍ୟକରି ପଥର ପେକିଂ କାର୍ଯ୍ୟ ସମ୍ପାଦନ କରାଯାଉଅଛି । ୨୦୨୪-୨୫ ଆର୍ଥିକ ବର୍ଷରେ ମୋରଡା ନିର୍ବାଚନ ମଣ୍ଡଳୀରେ ୨୨ ଗୋଟି, ଉଦଳା ନିର୍ବାଚନ ମଣ୍ଡଳୀରେ ୮ ଗୋଟି, ବଡସାହି ନିର୍ବାଚନ ମଣ୍ଡଳୀରେ ୧୦ ଗୋଟି, ବାରିପଦା ନିର୍ବାଚନ ମଣ୍ଡଳୀରେ ୪ ଗୋଟି, ବାଙ୍ଗରୀପୋଷି ନିର୍ବାଚନ ମଣ୍ଡଳୀରେ ୫ ଗୋଟି, ସାରସକଣା ନିର୍ବାଚନ ମଣ୍ଡଳୀରେ ୫ ଗୋଟି କାର୍ଯ୍ୟ ହାତକୁ ନିଆଯାୟୀ ସଫଳ ରୂପେ ସମ୍ପାଦନ କରାଯାଇଛି ।

