ବାରିପଦା – ମୟୁରଭଞ୍ଜ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ଦାୟିତ୍ୟ ମଧ୍ୟ ଅନେକ। ଏହି ବିଭାଗ ୨୦୨୪-୨୫ ଆର୍ଥିକ ବର୍ଷରେ ମଧୁବାବୁ ଭତ୍ତା ଯୋଜନାରେ ୨,୩୭,୯୯୯ ବିଭିନ୍ନ ପ୍ରକାର ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଉଅଛି ଏବଂ ଇନ୍ଦିରାଗାନ୍ଧି ଭତ୍ତା ଯୋଜନାରେ ୧,୧୯,୪୫୦ ବିଭିନ୍ନ ପ୍ରକାର ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଉଅଛି । ୨୧୩୮୦ ଜଣ ୮୦ ବର୍ଷ ରୁ ଉର୍ଦ୍ଧ ଭତ୍ତା ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ମାସିକ ୩୫୦୦ ଟଙ୍କା ଏବଂ ୮୦% ରୁ ଅଧିକ ଭିନ୍ନକ୍ଷମ ହିତାଧିକାରୀଙ୍କୁ ୩୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଉଅଛି । ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୧୫୭୬ ହିତାଧିକାରୀ ଉପକୃତ ହୋଇଛନ୍ତି । ୧୪୯୦ ଭିନ୍ନକ୍ଷମ ଛାତ୍ର ଛାତ୍ରୀଙ୍କୁ ବାଣିଶ୍ରୀ ବୃତି ପ୍ରଦାନ କରାଯାଇଅଛି । ୨୧ ଜଣ ଭିନ୍ନକ୍ଷମ ଦମ୍ପତିଙ୍କୁ ୨,୫୦,୦୦୦/- ଲେଖାଏ ବିବାହ ପ୍ରସ୍ତାହନ ରାସୀ ପ୍ରଦାନ କରାଯାଇଅଛି । ସେହିପରି ୨୨ ଜଣ ଭିନ୍ନକ୍ଷମ ଦମ୍ପତିଙ୍କ ସନ୍ତାନ କୁ ଛାତ୍ର ବୃତ୍ତି ପ୍ରଦାନ କରାଯାଇଅଛି ।୩ ଗୋଟି ଭିନ୍ନକ୍ଷମ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଅଛି ।ମୟୂରଭଞ୍ଜ ଜିଲ୍ଲାରେ ୨ ଗୋଟି ଜରାଶ୍ରମରେ ୭୫ ଜଣ ବୃଦ୍ଧ ଏବଂ ବୃଦ୍ଧାଙ୍କୁ ଥଇଥାନ କରାଯାଇଛି ଏହା ବ୍ଯତୀତ ଗୋଟିଏ ନିଶାନିବାରଣ କେନ୍ଦ୍ରରେ ୧୫ ଜଣ ନିଶାଗ୍ରସ୍ତ ରୋଗୀଙ୍କୁ ରଖି ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ଚିକିତ୍ସା ପ୍ରଦାନ କରାଯାଉଅଛି । ଅଧବାହୁଡା ଗୃହରେ ୨୫ ଜଣ ମାନସିକ ବିକାରଗ୍ରୋସ୍ତୋ ମହିଳାଙ୍କୁ ଥଇଥାନ କରାଯାଇଅଛି । ଜିଲ୍ଲାରେ ଥିବା ବିଭିନ୍ନ ସ୍ଵତନ୍ତ୍ର ବିଦ୍ୟାଳୟରେ ମୋଟ ୨୧୦ ଜଣ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଶିକ୍ଷା ପ୍ରଦାନ ସହିତ ରହିବା ଏବଂ ଖାଇବା ବନ୍ଦୋବସ୍ତ ବ୍ୟବସ୍ଥା ହୋଇଅଛି । ଅତ୍ୟାଧୁନିକ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରରେ ଭୌତିକ ଚିକିତ୍ସା ପ୍ରଦାନ ସହିତ କୁତ୍ରିମ ଅଙ୍ଗ ରୋପଣ କରାଯାଉଅଛି ।

