Photo for the news of rajabati raja mahotsabha

ରଜବତୀ ପଡ଼ିଆରେ ରଜ ମହୋତ୍ସବ

ରାଜ୍ୟ

ଆଗରପଡ଼ା :୧୯୬୨ ମସିହାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୬୩ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ପାଳିତ ହୋଇ ଆସୁଥିବା ବନ୍ତ ବ୍ଲକ ଚାରିଗାଁ ରଜବତୀ ପଡ଼ିଆରେ ରଜ ମହୋତ୍ସବ ଅବସରପ୍ରାପ୍ତ ପ୍ରାଧ୍ୟାପକ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଶିକ୍ଷକ ପଂଚାନନ ପୃଷ୍ଟିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅଧ୍ୟାପକ ଫକୀର ଚରଣ ଶଙ୍ଖୁଆ, ପ୍ରାକ୍ତନ ସରପଂଚ ବନମାଳୀ ବେହେରା, ସମିତିସଭ୍ୟ ଧରଣୀଧର କର, ପ୍ରାକ୍ତନ ସମିତିସଭ୍ୟ ରାମଚନ୍ଦ୍ର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ନିଜନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ରଜ କ୍ୱିନ୍ ପ୍ରତିଯୋଗୀତାରେ ଦୂର ଦୂରାନ୍ତରୁ ଆସି ବହୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସ୍ୱାଧିନତା ସଂଗ୍ରାମୀ ପରିବାରର ସଦସ୍ୟ ସନାତନ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଇକ୍ତ କାର୍ଯ୍ୟକ୍ରମକୁ କମିଟି ସଦସ୍ୟ ଦପ୍ତଧର ସାହୁ,ଦେବେନ୍ଦ୍ର ସାହୁ,ପଂଚାନନ ସାହୁ,ଲକ୍ଷ୍ମଣ ସାହୁ,ସନାତନ ବେହେରା,ମାଧବ ବେହେରା ଓ ଅଜୟ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Shrutilipi ad