Wre

ମୟୂରଭଂଜ ଆଦିବାସୀ ଷ୍ଟୁଡେଣ୍ଟ୍ ଆସୋସିଏସନ୍( ମାସା) ତରଫରୁ ଜନଶୁଣାଣୀ ରେ ଜିଲ୍ଲାପାଳଙ୍କୁ ୧୦ ଦଫା ଦାବି ପ୍ରଦାନ

ରାଜ୍ୟ
ବାରିପଦା-  ଵାମଘାଟୀ ଉପଖଣ୍ଡ ସ୍ତରୀୟ ଜନଶୁଣାଣୀ ରେ ବାମନଘାଟି  ଉପଖଣ୍ଡର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ୧୦ ଟି ଅଭିଯୋଗ ଉପରେ ମୟୂରଭଂଜ ଜିଲ୍ଲାର ଅଗ୍ରଣୀ ବୈପ୍ଳବିକ ଛାତ୍ର ସଂଗଠନ ମୟୂରଭଂଜ  ଆଦିବାସୀ ଷ୍ଟୁଡେଣ୍ଟ୍ ଆସୋସିଏସନ୍( ମାସା) ତରଫରୁ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି । ସମସ୍ୟା ଗୁଡ଼ିକ ହେଲା;
୧-  ଉପଖଣ୍ଡ ଚିକିତ୍ସାଳୟ ପଛପଟ ନବ ନିର୍ମିତ ପେଭର ବ୍ଳକ  ରାସ୍ତା ନିର୍ମାଣ  ନିମ୍ନମାନର ଫାଟି ଆଁ ହେଲାଣି
୨-  ଅମଲା ଲାଇନ,ପୋଷ୍ଟାଲ ଲାଇନ,ଏବଂ ରାସ୍ତାକଡ ଜବରଦଖଲକାରୀଙ୍କ କବଜାରେ
୩-  ସହରର ପ୍ରତି ଛକ ଏବଂ ଜନଗହଳି ଅଂଚଳରେ ସିସି କେମେରା  ଲାଗୁ ହେବା
୪- ଦୁର୍ଗାମଣ୍ଡପ ଛକରୁ ଗୋଲେଇ ଛକ ଏବଂ ଜଗନ୍ନାଥ ମାର୍କେଟ ଛକ ପର୍ଯ୍ୟନ୍ତ ପ୍ରବଳ ଗହଳି ଯୋଗୁଁ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ
୫-  ୩ ଟି ସପିଂ ମଲ( କସମୋ, ଓପି ମାର୍ଟ ଏବଂ ମେଟ୍ରୋ) ସମ୍ମୁଖରେ ରାଜରାସ୍ତା ଉପରେ ଜନଗହଳି ,ବାଇକ ରହଣି ନେଇ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ଯସ୍ତ
୬-   କଲେଜ ଛକରେ  ଥିବା ନୋ ଏଣ୍ଟ୍ରି ପଏଣ୍ଟ କୁ ଭାଲୁବସା ଵଡବନ୍ଧ  ସେପାଖକୁ ସ୍ଥାନାନ୍ତରିତ  କରିବା ; ଯୌନ କେଳେଙ୍କାରୀ,ଅସାମାଜିକ ଲୋକଙ୍କ ଦୌରାତ୍ମ୍ଯ ବୃଦ୍ଧି ଯୋଗୁଁ କଲେଜ ଛାତ୍ରଛାତ୍ରୀଙ୍କ ଉପରେ ପ୍ରଭାବ ପଡୁଛି
୭- ଜଗନ୍ନାଥ ମାର୍କେଟ ଛକରୁ ଜଗନ୍ନାଥ ମନ୍ଦିର ଏବଂ ଇଚିଣ୍ଡା ଫାଟକ ପାଖରୁ ଇଚିଣ୍ଡା ଗ୍ରାମ ପର୍ଯ୍ୟନ୍ତ ରାସ୍ତା କଡ଼ରେ ପରିବହନ ଗାଡ଼ି ଦିର୍ଘ ସମୟ ଧରି ବେପରୁଆ ଭାବରେ ଛିଡ଼ା ହେଉଥିବାରୁ ଲୋକେ ଯିବା ଆସିବା ପାଇଁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି
୮- ପୌରାଞ୍ଚଳର ବିଭିନ୍ନ ଛକ ଗୋରୁମହିଷାଣୀ ଛକ,ମେଡିକାଲ ଛକ,ମୁର୍ମୁ ଛକ,ଗୋଲେଇ ଛକ ,ଦୁର୍ଗାମଣ୍ଡପ ଛକରେ ସୁଲଭ ଶୌଚାଳୟ ପ୍ରତିଷ୍ଠା
୯- ବସଷ୍ଟାଣ୍ଡ ଭିତରେ ମଦୁଆ ଏବଂ ଅସାମାଜିକ ଲୋକଙ୍କ ପ୍ରାଦୁର୍ଭାବ,ଯାତ୍ରୀଙ୍କୁ ଖରାପ ବ୍ୟବହାର,ଗାଳି ଗୁଲଜ ଓ ଅଶ୍ଳିଳ ଭାଷା ପ୍ରୟୋଗ
୧୦ – ମହୁଲଡିହା ଵିର୍ସାମୁଣ୍ଡା ପାର୍କରେ  ଜନସାଧାରଣ ଓ ଗରୀବ ଗୁରୁବାର ଆଦିବାସୀଙ୍କ ସ୍ଵାର୍ଥକୁ ଲକ୍ଷ୍ୟ କରି  ପରିଦର୍ଶନ ମୂଲ୍ୟ ୨୦ ଟଙ୍କାରୁ ୧୦ ଟଙ୍କାକୁ ହ୍ରାସ କରାଯାଉ
ଏହି ସବୁ ଦାବିଗୁଡିକୁ ପ୍ରତି ଜିଲ୍ଲାପାଳ ତୁରନ୍ତ ବିଭାଗୀୟ ଅଧିକାରୀଙ୍କୁ ଧ୍ୟାନ ଦେବାସହ କାର୍ଯ୍ୟକାରୀ କରିବା ପାଇଁ ନିର୍ଦେଶ ଦେଇଥିଲେ ।ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସମୟରେ ମାସାର ବରିଷ୍ଠ ସଦସ୍ୟ ସୁନିଲ ସୋରେନ, ମାସାଙ୍ଗ ହେମ୍ଵ୍ରମ,କୃପାସିନ୍ଧୁ ରାଜ,ଅନୁପମ ଦାସ ଏବଂ ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ।
Shrutilipi ad