Sub collector 750x430

IAS ଧୀମନ ଚକମା ଗିରଫ, ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ଧରିଥିଲା ଭିଜିଲାନ୍ସ

ରାଜ୍ୟ

ଭୁବନେଶ୍ୱର : IAS ଧୀମନ ଚକମା ଗିରଫ । ଧର୍ମଗଡ଼ ଉପଜିଲ୍ଲାପାଳ ଧୀମନ ଚକମାଙ୍କୁ ଗିରଫ କଲା ଭିଜିଲାନ୍ସ ।  ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ଧରିଥିଲା ଭିଜିଲାନ୍ସ ।  ଉପଜିଲ୍ଲାପାଳଙ୍କୁ ଆଜି  ଝାଳବୁହା ଜେରା ହୋଇଥିଲା । ଧୀମାନ ଚକମାଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲା ଭିଜିଲାନ୍ସ । ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ ପହଂଚି ଥିଲା । କାର୍ଯ୍ୟାଳୟର ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲା ଭିଜିଲାନ୍ସ । କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରିଥିଲା ଟିମ ।  କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପ ଜିଲ୍ଲାପାଳ ଧୀମାନ ଚକମାଙ୍କୁ ଧରିଥିଲା ଭିଜିଲାନ୍ସ ।  ତାଙ୍କଠୁ ୨୬ଟି ୧୦୦ ଟଙ୍କିଆ ନୋଟ ବଣ୍ଡଲ ଜବତ କରାଯାଇଛି। ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବାକୁ ଡିଲ୍ କରିଥିଲେ। ଆଉ କିସ୍ତି ହିସାବରେ ୧୦ ଲକ୍ଷ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା।

ଆଇଏଏସଙ୍କ ଘରେ ପୁଳା ପୁଳା ଟଙ୍କା। ରେଡ୍ ବେଳେ ୫୭ଲକ୍ଷ ଟଙ୍କା ଜବତ ହୋଇଛି। ଜଣେ ସ୍ଥାନୀୟ ବ୍ୟବସାୟୀଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଉପଜିଲ୍ଲାପାଳ ଧିମନ ଚକମା ଧରାପଡିଥିଲେ। କ୍ରସର ୟୁନିଟ ମାଲିକଙ୍କଠାରୁ ସେ ଏହି ଟଙ୍କା ଲାଞ୍ଚ ନେଉଥିଲେ । ତାଙ୍କଠୁ ୨୬ଟି ୧୦୦ ଟଙ୍କିଆ ନୋଟ ବଣ୍ଡଲ ଜବତ କରାଯାଇଛି । ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବାକୁ ଡିଲ୍ କରିଥିଲେ। ଆଉ କିସ୍ତି ହିସାବରେ ୧୦ ଲକ୍ଷ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଲାଞ୍ଚ ନେବା ପାଇଁ ବ୍ୟବସାୟୀଙ୍କୁ ନିଜ ବାସଭବନକୁ ଡାକିଥିଲେ ଧୀମାନ ଚକମା । ଏବେବି ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ତାଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଯାଞ୍ଚ ଚାଲିଛି ।

Shrutilipi ad