Img 20250606 wa0147

ଅବକାରୀ ବିଭାଗର ଚଢ଼ାଉ ! ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ଆନୁମାନିକ ୩ ଲକ୍ଷ ୫୦ ହଜାର ଟଙ୍କାର ସାମଗ୍ରୀ ଜବତ

ରାଜ୍ୟ

ବାରିପଦା: ମୟୁରଭଞ୍ଜ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ଶ୍ରୀ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଅବକାରୀ ରେଞ୍ଜ ପକ୍ଷରୁ ଅବକାରୀ ନିରୀକ୍ଷକ ଶ୍ରୀ ବିନୟ ପ୍ରକାଶ ତୀର୍କୀ ଓ ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଟେଣ୍ଟପୋଷି ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ୨୨୦ ଲିଟର ଦେଶୀ ରନ୍ଧା ମଦ, ୫୬୦୦ ଲିଟର ମହୁଲ ପୋଚ ଜବତ କରାଯାଇ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି l ଜବତ ହୋଇଥିବା ଦେଶୀ ରନ୍ଧା ମଦ ଓ ମହୁଲ ପୋଚର ଆନୁମାନିକ ମୂଲ୍ୟ ୩ ଲକ୍ଷ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ କରଞ୍ଜିଆ ରେଞ୍ଜ ଅବକାରୀ ନିରୀକ୍ଷକ ଶ୍ରୀ ସଞ୍ଜୟ କୁମାର କାଣ୍ଡି, ବହଳଦା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରଣଜିତ ଶବର, କରଞ୍ଜିଆ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରଶ୍ମିରଞ୍ଜନ ନାୟକ, ଯଶିପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକ, ଠାକୁରମୁଣ୍ଡା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଭାରତୀ ନାୟକ, ଶୁକୃଳି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ କୃଷ୍ଣଚନ୍ଦ୍ର ବିନ୍ଧାଣୀ, ସହ ଉପ-ନିରୀକ୍ଷକ ବିଶ୍ୱନାଥ ମହନ୍ତ, ଶମ୍ଭୁନାଥ ବାରିକ ଓ ଲକ୍ଷ୍ମଣ ନାୟକ, କନେଷ୍ଟବଳ ଦିଲ୍ଲୀପ ଜେନା, ଅରୁଣ କୁମାର ମୁଦୁଲି, ବୁଦ୍ଧଦେବ ମହନ୍ତ, ତମନ ପରିଡ଼ା ପ୍ରଭୃତି ସାମିଲ ଥିଲେ । ଏ ନେଇ ଅବକାରୀ ଥାନା ପକ୍ଷରୁ ୦୧ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

Shrutilipi ad