Screenshot 2025 06 06 183045

ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍ ମାମଲା: ବାଙ୍କୋ ପଥର ଖଣି ମାଲିକଙ୍କୁ ଖଣି ବିଭାଗର ନୋଟିସ୍‌

ରାଜ୍ୟ

ସୁନ୍ଦରଗଡ଼: ମାଓବାଦୀ ବିସ୍ଫୋରକ ଲୁଟ୍ ଘଟଣାରେ ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ବାଙ୍କୋ ପଥର ଖଣି ମାଲିକଙ୍କୁ ଖଣି ବିଭାଗ ପକ୍ଷରୁ ଜାରି ହେଲା ନୋଟିସ। ପଥର ଖଣି ମାଲିକ ନିରଜ ପାଣ୍ଡେଙ୍କୁ ଦୁଇ ଦିନ ଭିତର ହାଜର ହେବା ପାଇଁ ନୋଟିସ୍‌ରେ ଉଲ୍ଲେଖ ରହିଛି । ବାଙ୍କୋ ଖଣିକୁ ନୋଟିସ୍‌ ଦେଇଛନ୍ତି ରାଉରକେଲା ଖଣି ଉପନିର୍ଦ୍ଦେଶକ ।

କେଉଁ ପରିସ୍ଥିତିରେ ଏତେ ପରିମାଣରେ ବିସ୍ଫୋରକ ଲୁଟ୍ ହେଲା ସେନେଇ ଖୋଳତାଡ଼ କରିବ ଖଣି ବିଭାଗ ।

ସୂଚନାନୁସାରେ, ରାଉରକେଲାରେ ମାଓବାଦୀମାନେ ୪ଟନ୍‍ ବିସ୍ଫୋରକ ସାମଗ୍ରୀ ଲୁଟ୍‍ ଘଟଣାରେ ଗୋଦାମ ମାଲିକଙ୍କୁ ଗିରଫ କରିଛି ପୋଲିସ । ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲଙ୍କୁ ଗିରଫ କରାଯାଇଛି । ଶ୍ରବଣ ଅଗ୍ରୱାଲଙ୍କୁ ପଚରାଉଚରା କରିବା ପରେ ଗିରଫ କରିଛି ଏସ୍‌ଆଇଟି । ଅନ୍ୟପଟେ ବୁଧବାର ତେଲେଙ୍ଗାନାରୁ ଆସିଥିବା ବିସ୍ଫୋରକ ବୋଝେଇ ଗାଡ଼ି ଜବତ ହେବା ଏବଂ ଶ୍ରବଣଙ୍କ ପତ୍ନୀ ନିକିତା ଅଗ୍ରଓ୍ବାଲଙ୍କ ନାଁରେ ଏହି ବିସ୍ଫୋରକ ଆସିଥିବା ଜାଣିବା ପରେ ନିକିତାଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରିଛି ପୋଲିସ ।

Shrutilipi ad