ବାରିପଦା – ଆଜି ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଜିଲ୍ଲା ପରିବେଶ ସମିତି ପକ୍ଷରୁ ବାରିପଦାଠାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରଯାଇଥିଲା। ଜିଲ୍ଲା ପରିବେଶ ସମିତି ର ସମ୍ପାଦକ ତଥା ବାରିପଦା ବନଖଣ୍ଡ ଅଧିକାରୀ ଙ୍କ ତତ୍ଵାବଧାନରେ ବାରିପଦା କଚେରୀ ମାର୍କେଟ ଠାରେ ସକାଳ ୮ ଘଟିକା ସମୟରେ ପ୍ଲାଷ୍ଟିକ ବର୍ଜନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରଯାଇଥିଲା।ବାରିପଦା ପୌର ପାଲିକା ଓ ମାର୍କେଟ କମିଟି ର ସହଯୋଗ ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲାପରିଷଦ ଅଧକ୍ଷା ଭାରିତୀ ହାଁସଦା, ବାରିପଦା ବିଧାୟକ ପ୍ରକାଶ ସୋରେନ,ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ବାରିପଦା ବନଖଣ୍ଡ ଅଧିକାରୀ ଏ ଉମା ମହେଶ, ଉପନଗରପାଲ ସୀମା ଦାସ,ପରିବେଶବିତ ବିବେକାନନ୍ଦ ପଟ୍ଟନାୟକ, ପରିବେଶବିତ ସଂଯୁକ୍ତା ବଶା, ACF ମେହେରବାନ ଅଲି, ଜିଲ୍ଲା ଓକିଲ ସଂଘ ଉପସଭାପତି ସତ୍ୟବ୍ରତ ଦାଶ, ଇକୋ କ୍ଲବ୍ ର ଜିଲ୍ଲା ସଂଯୋଜକ ଶଶିଧର ବିଶ୍ଵାଳ, ପ୍ରୋଫସୋର୍ ହରିହର ଦାସ ପ୍ରମୁଖ ଏଥିରେ ଯୋଗଦାନକରି ଲୋକମାନଙ୍କୁ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ଅନୁରୋଧ କରିଥିଲେ। ଏହି ଅବସରରେ ମାର୍କେଟ ପରିସର ରେ ଅତିଥି ମାନଙ୍କ ଦ୍ଵାରା ବଉଳ ବୃକ୍ଷ ରୋପଣ କରଯାଇଥିଲା ଓ ପରିବେଶ ସମିତି ପକ୍ଷରୁ ମାର୍କେଟ କୁ ଆସିଥିବା ବ୍ୟକ୍ତି ମାନଙ୍କୁ ସଚେତନ କରାଇବା ସହ କନା ରେ ପ୍ରସ୍ତୁତ ବେଗ ପ୍ରଦାନ କରାଯାଇଥିଲା। ପରେ ପରେ ଜିଲ୍ଲା ପରିବେଶ ସମିତି ପକ୍ଷରୁ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ବାରିପଦା ବନଖଣ୍ଡ କାର୍ଯ୍ୟାଳୟ ର ସଂକଳ୍ପ ହଲ ରେ ଆୟୋଜନ କରଯାଇଥିଲା।
ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ର ନିର୍ଦେଶକ ତଥା RCCF ଡକ୍ଟର ପ୍ରକାଶ ଚାନ୍ଦ ଗୋଗିନେନି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା,ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ବାରିପଦା ବନଖଣ୍ଡ ଅଧିକାରୀ ଏ ଉମା ମହେଶ, ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଶିବ ପ୍ରସାଦ ରଥ, Excise Superintendent ପ୍ରଶାନ୍ତ କୁମାର କହଁର, ପରିବେଶ ସମିତି ର ଉପସଭାପତି ବିଜୟ ଅଗ୍ରୱାଲ, ପରିବେଶ ସମିତି ର ଯୁଗ୍ମ -ସମ୍ପାଦକ ବିବେକାନନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗଦାନ କରି ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ।ACF ମେହେରବାନ ଅଲି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଏହି ଅବସରରେ ପରିବେଶ କୁ ନେଇ କରାଯାଇଥିବା ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗୀ ମାନକୁ ପୁରସ୍କାର ବିତରଣ କରାଯିବାସହ ବିଶ୍ୱପରିବେଶ ଦିବସ ଉପଲକ୍ଷେ ପରିବେଶ ରେ କାମ କରୁଥିବା ଜିଲ୍ଲା ର ୧୭ ଜଣ ବ୍ୟକ୍ତି ଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସର୍ବ ଶେଷରେ ପିଠାବଟା ରେଞ୍ଜ ଅଧିକାରୀ ଶ୍ରଧେୟ ମନ୍ତ୍ରୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

