ଅନ୍ଧାରରେ ଅଧା ଆଗରପଡ଼ା

ରାଜ୍ୟ

ଆଗରପଡ଼ା :ସୋମବାର ସକାଳ ପ୍ରାୟ ୭ଟାରୁ ମଙ୍ଗଳବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ଆଗରପଡ଼ାସ୍ଥିତ କୁଆଁଶମଢ଼ିଆ ଛକ ଟ୍ରାନ୍ସଫର୍ମର ଉପରେ ନିର୍ଭର କରୁଥିବା ଉପଭୋକ୍ତାମାନେ ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ ହୋଇଥିଲେ ବୋଲି ଅଭିଯୋଗ ହେଉଛି । ଅନଭିଜ୍ଞ କର୍ମଚାରୀମାନେ ଦିନରାତି ଚେଷ୍ଟା କରି ମଧ୍ୟ ସମସ୍ୟା ଧରିବାରେ ବିଫଳ ହୋଇଥିଲେ । ଶେଷରେ ୩୩କେଭି ଲାଇନକୁ କାଟି କେବୁଲ ବଦଳାଇବା ପରେ ବିଦ୍ୟୁତ ସେବା ମିଳିଥିଲା । ଏହି ୩୩କେଭି ଲାଇନ କାଟିବା ଫଳରେ ସମଗ୍ର ଅଞ୍ଚଚଳବାସୀ ଏହି ସେବା ପାଇବାରୁ ବଂଚିତ ହୋଇଥିଲେ । ପ୍ରବଳ ଗରମ ସହ ଗୁଳୁଗୁଳି ଅନୁଭୂତ ସମୟରେ ବିଦ୍ୟୁତ କଟିବା ଲୋକମାନଙ୍କ ପାଇଁ ଅସହ୍ୟ ହୋଇ ପଡ଼ିଥିଲା । ଏହି ଟ୍ରାନ୍ସଫର୍ମରରୁ ଅଧିକାଂଶ ବ୍ୟବସାୟୀମାନଙ୍କୁ ବିଦ୍ୟୁତ ସଂଯୋଗ ଦିଆ ଯାଇଛି ।

Shrutilipi ad