ବାରିପଦା: ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ସକାଳ ୭ଘଟିକା ସମୟରେ ମୟୂରଭଞ୍ଜ ଜ଼ିଲ୍ଲା ସଦରମହକୁମା ବାରିପଦା ଠାରେ ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟ ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନଶୁଣାଣୀ ଶିବିର ଆରମ୍ଭ ହୋଇଥିଲା . ଉକ୍ତ
ଜନଶୁଣାଣୀ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ନାୟକ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପଲ୍ଲୀ, ଆଇ ଏ ଏସ ପ୍ରୋବେଶନର ମିସ କାଶୀଷ ବକ୍ସି, ଜ଼ିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଆଧୀକାରୀ ଶ୍ରୀ ଧର୍ମାନନ୍ଦ ବେହେରା, ଅତିରିକ୍ତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାୟକ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଭାତ କୁମାର ବେହେରା ଓ ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, ପ୍ରମୁଖ ଯୋଗ ଦେଇଥିଲେ।
ଶିବିରରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସମେତ ବାରିପଦା ଉପଖଣ୍ଡ ର ଉପଖଣ୍ଡ ଓ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କାର୍ଯ୍ୟରେ ସହଯୋଗ କରିଥିଲେ।
ଆଜିର ଶୁଣାଣିରେ ବାରିପଦା ଉପଖଣ୍ଡର ସର୍ବମୋଟ ୧୯୧ଟି ଅଭିଯୋଗ ପତ୍ର ଶୁଣାଣି ପାଇଁ ଗ୍ରହଣ ହୋଇଥିଲା ।
ଉକ୍ତ ୧୯୧ଗୋଟି ଅଭିଯୋଗ ମଧ୍ୟରୁ ୧୬୬ଟି ବ୍ୟକ୍ତିଗତ ସମସ୍ୟା ସମ୍ଭନ୍ଧିତ ଥିବାବେଳେ, ୨୫ଗୋଟି ସାମୁହିକ ସମସ୍ୟା ସମ୍ବଳିତ ବିଷୟ ଉପରେ ଆଧାରିତ ଥିଲା। ୫ଟି ଆପତ୍ତିର ତତ୍କାଳ ସମାଧାନ ହୋଇଥିଲା।
ଅଭିଯୋଗ ର ଗୁରୁତ୍ୱ କୁ ବିଚାର କରି ଜିଲ୍ଲାପାଳ ୪ଜଣ ଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୦,୦୦୦/-ଟଙ୍କା ଏବଂ ଜଣଙ୍କୁ ରେଡ କ୍ରସ ପାଣ୍ଠି ରୁ ୫୦୦୦/-ଟଙ୍କା ମଂଜୁର କରିଛନ୍ତି
ଆଜିର ଜନ ଅଭିଯୋଗ ଶୁଣାଣୀରେ ଗ୍ରହଣ ହୋଇଥିବା ବିଭିନ୍ନ ବିଭାଗ ସମ୍ପର୍କିତ ଅନ୍ୟାନ୍ୟ ଅଭିଯୋଗ ଗୁଡିକ ଉପରେ ଅନୁଧ୍ୟାନ ପୂର୍ବକ ବିଚାର କରି ସେଗୁଡିକର ତ୍ୱରିତ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ I
ଆଜି ଜନ ଶୁଣାଣି ଶିବିରକୁ ଆସିଥିବା ଆବେଦନକାରି ମାନଙ୍କ ପାଇଁ ଶେଡ଼ ବ୍ୟବସ୍ଥା କରାଯିବା ସହ ଲୋକମାନଙ୍କୁ ପିଇବା ପାଇଁ ଥଣ୍ଡା ପାନୀୟ ଜଳ ବଣ୍ଟନ କରାଯାଇଥିଲା।
ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନେ ସହଯୋଗ କରିଥିଲେ

