Img 20250601 wa0169

ସାନ୍ତାଳୀ ସାଓଁହେଦ ଆଖଳା ତରଫରୁ ସାନ୍ତାଳୀ ବିଦ୍ୟାଳୟ ଉଦଘାଟିତ

ରାଜ୍ୟ
ବାରିପଦା: ଅଗ୍ରଣୀ ସାନ୍ତାଳୀ ଅନୁଷ୍ଠାନ ସାନ୍ତାଳୀ ସାଓଁହେଦ ଆଖଡ଼ା ତରଫରୁ ସ୍ଥାନୀୟ ମୈତ୍ରୀଵିହାର ସାନ୍ତାଳ ସାହି କ୍ଲବ ଗୃହ ଠାରେ ରାଜଗାଳ ଅଲ୍ ଇତୁନ ଆଶଳା  (ସାନ୍ତାଳୀ ବିଦ୍ୟାଳୟ) ଉଦଘାଟିତ ହୋଇଯାଇଛି । ଆଖଡ଼ା ସଭାପତି ଶ୍ରୀମତୀ ମାଳତୀ ମୁର୍ମୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବୈଠକରେ ସର୍ବ ନିମନ୍ତ୍ରିତ ଅତିଥିଗଣ ଗୃରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଜଳନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ସାନ୍ତାଳୀ ଉଇକିପିଡ଼ିଆର ସଦସ୍ୟ ତଥା  ୧୦୦ ତମ ମନକି ବାତ୍ ରେ ଚର୍ଚ୍ଚାରେ ଆସିଥିବା ଶ୍ରୀ ରାମଜିତ ଟୁଡୁ ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବରେ ମାଝୀ ବାବା ଶ୍ରୀ ସେରାଲ ହାଁସଦାଃ, ସମ୍ମାନିତ ଅତିଥି ଭାବରେ ମିଶନ ଅଲଚିକି ଉପଦେଷ୍ଟା ଶ୍ରୀ ମାଙ୍ଗାତ ମୁର୍ମୁ, ଵାଢା ମୁର୍ମୁ, ଶ୍ରୀମତୀ ମିନତୀ ମୁର୍ମୁ,  କାପୁରା ହାଁସଦା, ମାଳତୀ ହେମ୍ବ୍ରମ, କୁଆଁର ମାର୍ଣ୍ଣି ପ୍ରମୁଖ ଯୋଗଦେଇ ସାନ୍ତାଳୀ ତଥା ଅଲଚିକି ଶିକ୍ଷା ଉପରେ ଗୁରୁତ୍ବ ଆରୋପ କରିଥିଲେ । ଏହି ଅବସରରେ  ଛାତ୍ରଛାତ୍ରୀ  ମାନଙ୍କୁ  ଅଲଚିକି ଶିକ୍ଷଣୀୟ ପୁସ୍ତକ ପ୍ରଦାନ କରିଥିଲେ । ଏହି ବିଦ୍ୟାଳୟରେ ସାନ୍ତାଳୀ ଭାଷାରେ (ଅଲଚିକି) ଶିକ୍ଷାର ସୁଯୋଗ  ନେବା ପାଇଁ ସାନ୍ତାଳୀ ସାଓଁହେଦ୍ ଆଖଡ଼ା ତରଫରୁ ଆଗ୍ରହୀ ଅନୁରୋଧ କରାଯାଇଛି। ସଭାଶେଷରେ ସ‍ଂପାଦକ ଶ୍ରୀ କୈଳାସ ଚନ୍ଦ୍ର ଵାସ୍କେ ଧନ୍ୟବାଦ ପ୍ରଦାନ କରିଥିଲେ ।
ଅଲ୍ ଇତୁନ ଆଶଳା ଉଦଘାଟନ ପୂର୍ବରୁ ନିମନ୍ତ୍ରିତ ଅତିଥି ଗଣ ସାନ୍ତାଳ ସାହିରେ ତିନୋଟି ଶାଳଗଛ ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଅଲଚିକି ପ୍ରେମୀ ଯୋଗ ଦେଇଥିଲେ ।
Shrutilipi ad