ଆଗରପଡ଼ା :ଆଗରପଡ଼ା ଥାନାଧିକାରୀ ଶ୍ରୀକାନ୍ତ ପତି ଚାକିରୀରୁ ଅବସର ଗ୍ରହଣ କରିବା ପରଦିନ ଅର୍ଥାତ ରବିବାର ଦିନ ତାଙ୍କୁ ଉଚ୍ଛ୍ୱସିତ ସମୂର୍ଦ୍ଧନା ଦିଆଯାଇଛି । ପୋଲିସ କର୍ମଚାରୀମାନଙ୍କ ଦ୍ୱାରା ଆୟୋଜିତ ସଭାରେ ଭାରପ୍ରାପ୍ତ ଥାନାଧିକାରିଣୀ ସ୍ନିଗ୍ଧାରାଣୀ ସାହୁ ସଭାପତିତ୍ୱ କରିଥିଲେ । ପୋଲିସ କର୍ମଚାରୀ, ସାମ୍ବାଦିକ ସଂଘ, ଶିକ୍ଷକ ସଂଘ, ବିଭିନ୍ନ ରାଜନୈତିକ ଦଳ ନେତା, ନିର୍ବାଚିତ ପ୍ରତିନିଧି,ବୃଦ୍ଧିଜୀବୀ, ଧାମରା, ଚାନ୍ଦବାଲି, କଟକ, ଅନୁଗୋଳ ଆଦି ଅଂଚଳରୁ ଆସିଥିବା ଶୁଭେଚ୍ଛୁ ଓ ବନ୍ଧୁମାନେ ବିଭିନ୍ନ ଉପହାର ପ୍ରଦାନ କରି ଶ୍ରୀକାନ୍ତ ପତି ଓ ତାଙ୍କ ସହଧର୍ମିଣୀଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ । ଥାନା ପରିସରରେ ଆୟୋଜିତ ସଭାରେ ଜିଲ୍ଲାପରିଷଦ ସଭାପତି ତଥା ପ୍ରାକ୍ତନ ବିଧାୟକ ପ୍ରଫୁଲ୍ଲ ଜେନା,ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ଦାନଗଦୀ ବିଡିଓ ପ୍ରଦୀପ ସେଠୀ, ଯୁବନେତା ସତ୍ୟସାଧନ ବେଜ, ଅଧ୍ୟାପକ ଫକୀର ଶଙ୍ଖୁଆ,ପ୍ରାକ୍ତନ ସରପଂଚ ରବିନ୍ଦ୍ର ପଣ୍ଡା, ରବିନାରାୟଣ ମହାନ୍ତି, ବିଜୟ ଜେନା, ବନମାଳୀ ବେହେରା, ବିଜେପି ଡଃ ମହତାବ ମଣ୍ଡଳ ସଭାପତି ଅମୂଲ୍ୟରତ୍ନ ନନ୍ଦ, ଗୋପାଳକୃଷ୍ଣ ଦାଶ, ପିଙ୍କି ସାହୁ, ଚିତ୍ରଶିଳ୍ପୀ ନମିତା ବେହେରା,ସରପଂଚ ପ୍ରକାଶ ବିଶ୍ୱାଳ, ସବିତା ରାଣୀ ନାୟକ ପ୍ରମୁଖ ବକ୍ତବ୍ୟ ମାଧ୍ୟମରେ ଶ୍ରୀକାନ୍ତଙ୍କୁ ଜଣେ ଦକ୍ଷ ଓ ସଚ୍ଚୋଟ ଅଧିକାରୀ ଭାବେ ଅଭିହିତ କରିଥିଲେ ।

