Photo for the news of drainage system

ଡ୍ରେନେଜ୍ ସମସ୍ୟା;ଗାଁ ରାସ୍ତାରେ ଲହଡ଼ି ମାରୁଚି ପାଣି, ଗ୍ରାମବାସୀଙ୍କ ଧାରଣା ଚେତାବନୀ

ରାଜ୍ୟ

ଆଗରପଡ଼ା :ଗାଁ ରାସ୍ତାରେ ଜମୁଛି ପାଣି,ସମସ୍ୟା ଘେରରେ ଗ୍ରାମବାସୀ ଓ ବହୁ ସମୟରେ ଗାଁ ରାସ୍ତାରେ ପାଣି ଜମି ରହୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବନ୍ତ ବ୍ଲକ ସେଣ୍ଢତୀରା ପଂଚାୟତ ପରମାନନ୍ଦପୁର ୪ନଂ ୱାର୍ଡରେ ଡ୍ରେନେଜ୍ ସମସ୍ୟା ଯୋଗୁଁ ଜଳ ନିଷ୍କାସନ ହୋଇନପାରିବା କାରଣରୁ ଗ୍ରାମର ୩୦ରୁ ଉର୍ଦ୍ଧ୍ୱ ପରିବାର ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା କହିଛନ୍ତି । ସେହିପରି ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ । ଆଗାମୀ ଦିନରେ ଯଦି ସମସ୍ୟାର ସମାଧାନ କରା ନ ଯାଏ ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ପାଣ୍ଡବ ଚରଣ ମହାଳିକ, ନୀଳମାଧବ ମାଝୀ,ବାବାଜୀ ମହାଳିକ,ସୁରେନ୍ଦ୍ର ବେହେରା,ବିନୋଦ ପରିଡ଼ା,ପରୀକ୍ଷିତ ମହାଳିକ, ହରିହର ମହାଳିକ, ଗେଡି ମହାଳିକ,ଛବିରାଣୀ ମହାଳିକ, ସୁଶୀଳା ବେହେରା, ରଞ୍ଜୁ ମହାଳିକ,ସୁକାନ୍ତି ପରିଡ଼ା, ହରପ୍ରିୟା ମହାଳିକ, ଦିପ୍ତିମୟୀ ପରିଡ଼ା,ଅଞ୍ଜଳି ପରିଡ଼ା ପ୍ରମୁଖ ପ୍ରକାଶ କରିଛନ୍ତି ।

Shrutilipi ad