ବାରିପଦା – ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାରେ ସାଧାରଣ ଜନତାଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ “ୱାଟକୋ” ବିଭାଗ ନିୟୋଜିତ ଥିବା ସତ୍ବେ କେବଳ ତାଙ୍କର ଠିକାଦାରୀ କାର୍ଯ୍ୟରେ ବ୍ୟାପକ ଅନିୟମିତତାକୁ ଗୁରୁତ୍ୱ ପ୍ରଦାନ କରିବା ପ୍ରୀତି ଯୋଗୁଁ ସହରର ୨୮ଗୋଟି ୱାର୍ଡ ମଧ୍ୟରୁ ବହୁ ୱାର୍ଡରେ ଲୋକଙ୍କୁ ପାନୀୟ ଜଳ ପାଇଁ ସଂଘର୍ଷ କରିବାକୁ ପଡିଥାଏ ମାତ୍ର ବେଡି ଉପରେ କୋରଡ଼ା ମାଡ଼ ଭଳି ୱାଟକୋ ବିଭାଗର ଦାୟିତ୍ୱହୀନତା ଯୋଗୁଁ ମଧ୍ୟ ବାରିପଦା ସହରରେ ଦୂଷିତ ପାନୀୟଜଳ ସମସ୍ୟା ପାଇଁ ଜଣ୍ଡିସ ବ୍ୟାପିବା ଚିନ୍ତାର ବିଷୟ ସାଜିଛି । ଓ୍ବାଟୋକର ଦାୟିତ୍ୱ ହୀନ ପରିଚାଳନା ପାଇଁ ପାଇପ ପାନୀୟ ଜଳ ଯୋଗାଣ ଉପରେ ନିର୍ଭରଶୀଳ ବାରିପଦା ପୌରପରିଷଦର ୨୮ଟି ଓ୍ବାର୍ଡବାସୀ ବିଭିନ୍ନ ରୋଗକୁ ଆମନ୍ତ୍ରଣ କରୁଛନ୍ତି । ସମସୟସୀମା ମଧ୍ୟରେ ପାଇପ ଅପସାରଣ ନକରିବା ଯୋଗୁଁ ଡ୍ରେନ ଭିତରେ ପାଇପ ନେବା ଓ ଚେକପଏଣ୍ଟ ଗୁଡିକ ରାସ୍ତା ମଝିରେ ଖୋଲାମେଲା ପାଇଁ ଦୂଷିତ ପାଣି ସହର ସାରା ପ୍ରବାହିତ ହେଉଛି ।
ସେହିପରି କ୍ଷୁଦ୍ର ଜଳସେଚନ ବିଭାଗ ଆନୁକୂଲ୍ୟରେ ସହର ମଧ୍ୟରୁ ଛଡାଯାଉଥିବା ଅତ୍ୟନ୍ତ ଖରାପ ବର୍ଯ୍ୟବସ୍ତୁ ନେଇ ପ୍ରବାହିତ ଜରାଳୀ ସରାଳୀ ଓ ଶୁକଯୋଡ଼ା ନାଳ ମହାନାଳ ସଫେଇ କରାଯାଉନଥିବାରୁ ସାମାନ୍ୟ ବର୍ଷା ହେଲେ ଉଦବୃତ୍ତ ଜଳ ଲୋକଙ୍କ ଘରେ ପଶୁଛି, ଯଦ୍ୱାରା ସାଧାରଣ ଜନତା ନର୍କ ଘାଣ୍ଟି ହେବା ଭଳିଆ ଅବସ୍ଥା ମଧ୍ୟରେ ଗତି କରିଥାନ୍ତି | ଏଥି ପ୍ରତି କ୍ଷୁଦ୍ର ଜଳସେଚନ ବିଭାଗର ନଜର ନାହିଁ l
ପୁଣି ଉପରୋକ୍ତ ୨ ଗୋଟି ପ୍ରମୁଖ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ପୂର୍ବରୁ ଭଞ୍ଜସେନା ର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ଏଭଳି ଜନ ବିରୋଧୀ କାର୍ଯ୍ୟ ଉପରେ ହସ୍ତକ୍ଷେପ କରି ସମାଧାନ କରିବାକୁ “x”(ଟ୍ୱିଟ) ଯୋଗେ ନିବେଦନ କରିଥିଲେ,ତାସହିତ ଉପରୋକ୍ତ ସମସ୍ୟା ଗୁଡିକ ପ୍ରତି ଉଭୟ ବିଭାଗ ଯଥାଶୀଘ୍ର ଦୃଷ୍ଟି ଦେଇ ସ୍ଥାୟୀ ସମାଧାନ କରିବା ପାଇଁ ଭଞ୍ଜସେନା ପକ୍ଷରୁ ପୂର୍ବରୁ ବହୁବାର ଦାବି କରାଯାଉଥିଲେ ସୁଦ୍ଧା ଉଭୟ ବିଭାଗ ନିରବଦ୍ରଷ୍ଟା ସାଜି ବସିବାର କାର୍ଯ୍ୟକଳାପ ବିରୋଧରେ ପୂର୍ବ ଘୋଷିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ୨୮ତାରିଖ ଵୁଧବାର ଦିନ ସଖାଳ ୧୦ଘଟିକା ଠାରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ଭଞ୍ଜସେନା,ବାରିପଦା ସହର ଶାଖା ପକ୍ଷରୁ ବାରିପଦା ସ୍ଥିତ “ୱାଟକୋ” ଏବଂ “କ୍ଷୁଦ୍ର ଜଳସେଚନ”(MI) ଅଫିସ ଘେରାଓ କରାଯାଇଥିଲା |
ଭଞ୍ଜସେନା ଜିଲ୍ଲା ସଭାପତି ପିଣ୍ଟୁ ମାଈତିଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନତା ତଥା ବାରିପଦା ସହର ସଭାପତି ରାକେଶ ମହାନ୍ତି ଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ଅଧକ୍ଷ୍ୟ ସଂଜୀବ ରାଉତ, ଉପାଧକ୍ଷ ନିମାଇଁ ତ୍ରିପାଠୀ, ଜିଲ୍ଲା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା,ଜିଲ୍ଲା ଆବାହକ ରାକେଶ ବେହେରା,ଜିଲ୍ଲା ସଂଯୋଜକ ସାମନ୍ତ ଶେଖର ପାଲ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ପୃଷ୍ଟି, ଜିଲ୍ଲା ସଂଗଠନ ସମ୍ପାଦକ ଗଣେଶ ମହାନ୍ତି, ବାରିପଦା ସହର ଉପସଭାପତି ରବୀନ୍ଦ୍ର ଦଳେଇ, ସାଧାରଣ ସମ୍ପାଦକ ଅମିତ କୁମାର,ସଞ୍ଜୟ ମାହାନା,ରାଜା ଖାନ,ସଞ୍ଜୟ ମହାନ୍ତ,ସୁନୀଲ ମହାପାତ୍ର,ଶୁଭମ ସିଂ,ଦୀପକ ବେହରା,ରାକେଶ ଆଚାର୍ଯ୍ୟ,ସଂଗ୍ରାମ ସେଠୀ,ବାସୁଦେବ ବଡେ,ପ୍ରଦୀପ ପଣ୍ଡା,ଲୋକାନାଥ ପାତ୍ର,ପ୍ରଶାନ୍ତ ଦାସ,ସତ୍ୟ ପୃଷ୍ଟି,ସମ୍ପଦ ପୃଷ୍ଟି,ମାନସ ପାତ୍ର,ରୁଦ୍ର ପଟ୍ଟନାୟକ,ପଙ୍କଜ ପରିଡା,ସୌମ୍ୟରଞ୍ଜନ ଦାସବାବୁ,ରଜନୀକାନ୍ତ ପୃଷ୍ଟି,ଆକାଶ ବାରିକ,ଲିପୁନ ପୃଷ୍ଟି,ପିଣ୍ଟୁ ଆଲାମ,ଶମ୍ଭୁ ଗୋପାଲ,ରାମଚନ୍ଦ୍ର କବାଟ.ସୁମିତ ରାହୁଳ,ଗୌତମ ଦାସ,ସତ୍ୟରଞ୍ଜନ ରାଉତ,ମନୋରଞ୍ଜନ ସାହୁ,ଅନନ୍ତ ଘଡେଇ,ଦଶରଥ ମୁର୍ମୁ,ବୁଦ୍ଧରାମ ସିଂ,ବାପୁନ ସିଂ,ଅମିତ ସିଂ,ନିରଞ୍ଜନ ନାୟକ,ପଦ୍ମଲୋଚନ ମୁଖୀ,ଦିବ୍ୟୋଜତି ଦାସ,ବିକାଶ ମହାନ୍ତ,ସାନିଆ ବିଶ୍ୱାଳ,ବିଜୁ ମାଝୀ,ବିକାଶ ନାଏକ,ସତ୍ୟବ୍ରତ ବିନ୍ଧାଣୀ ପ୍ରମୁଖ ଯୁବ ଛାତ୍ର ସଂଗଠକ ଙ୍କ ସମେତ ଉକ୍ତ ବିକ୍ଷୋଭ କାର୍ଯ୍ୟକ୍ରମ ରେ ପାଖାପାଖି ୫୦୦ ଶହରୁ ଉର୍ଧ୍ଵ କର୍ମୀ ସାମିଲ ଥିଲେ |
ଆଗାମୀ ଦିନରେ କେବଳ ଠିକାଦାରୀ କାର୍ଯ୍ୟକୁ ପ୍ରାଥମିକତା ନ ଦେଇ ୱାଟକୋ ଦ୍ୱାରା ବାରିପଦା ସମେତ ରାଇରଙ୍ଗପୁର,ଉଦଳା ଓ କରଞ୍ଜିଆ ସହରରେ ଏଭଳି ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ଧ୍ୟାନ ନ ଦେଲେ ଏବଂ କ୍ଷୁଦ୍ର ଜଳସେଚନ ବିଭାଗ ତାର ପ୍ରକୁତ କାର୍ଯ୍ୟ ନ କଲେ ଉକ୍ତ ୨ଟି କାର୍ଯ୍ୟାଳୟ ଗୁଡିକୁ ଭଞ୍ଜସେନା ପକ୍ଷରୁ ତାଲା ବନ୍ଦ କରାଯିବ ବୋଲି ସଂଗଠନ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ପୃଷ୍ଠି ସୂଚନା ପ୍ରଦାନ କରିଛନ୍ତି |

